ଚାଷୀଙ୍କୁ ‘ଅକ୍ଷୟ’ ଭେଟି : ଆଜି ମିଳିବ ‘କାଳିଆ’ କିସ୍ତି

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଉପଲକ୍ଷେ ଚାଷୀମାନଙ୍କୁ ‘କାଳିଆ’ ଭେଟି ପ୍ରଦାନ କରିବେ। ରାଜ୍ୟର ୪୦ ଲକ୍ଷରୁ ଊର୍ଦ୍ଧ୍ବ  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୮୦୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ମଙ୍ଗଳବାର ଅପରାହ୍ନରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ରାଶି ଯିବ। ମାତ୍ର ସହାୟତା ରାଶି ମଞ୍ଜୁର ହୋଇଥିଲେ ବି ଝାରସୁଗୁଡ଼ା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଦାନ କରାଯିବ ନାହିଁ। […]

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଉପଲକ୍ଷେ ଚାଷୀମାନଙ୍କୁ ‘କାଳିଆ’ ଭେଟି ପ୍ରଦାନ କରିବେ। ରାଜ୍ୟର ୪୦ ଲକ୍ଷରୁ ଊର୍ଦ୍ଧ୍ବ  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୮୦୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ମଙ୍ଗଳବାର ଅପରାହ୍ନରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ରାଶି ଯିବ। ମାତ୍ର ସହାୟତା ରାଶି ମଞ୍ଜୁର ହୋଇଥିଲେ ବି ଝାରସୁଗୁଡ଼ା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଦାନ କରାଯିବ ନାହିଁ। ସୋମବାର ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲା ଉପ-ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ସାରା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ୨୯ଟି ଜିଲ୍ଲାର ହିତାଧିକାରୀଙ୍କୁ ଏହି ସହାୟତା ରାଶି ମଙ୍ଗଳବାର ମିଳିବ।

ସେହିପରି ଜୁନ୍‍ ମାସ ୫ ତାରିଖ ପରେ ଝାରସୁଗୁଡ଼ା ଜିଲ୍ଲା ହିତାଧିକାରୀଙ୍କୁ ସହାୟତା ରାଶି ମିଳିବ। ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ୀଭୂତ କରିବା ଓ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‍ ଠାରୁ ଆରମ୍ଭ କରି କୃଷି ଓ କୃଷକ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। କାଳିଆ ଯୋଜନା ରାଜ୍ୟର ଚାଷୀଙ୍କ ହିତ ଲାଗି ଏକ ପରିବର୍ତ୍ତନକାରୀ କାର୍ଯ୍ୟକ୍ରମର ମାନ୍ୟତା ପାଇଛି ଏବଂ ଓଡ଼ିଶାର ଏହି ଯୋଜନାକୁ ଅନୁସରଣ କରି ଜାତୀୟସ୍ତରରେ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ରାଜ୍ୟ ସରକାର ଅନୁରୂପ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ସରକାର ପ୍ରଥମ ପର୍ଯ୍ୟାୟରେ ୫ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ହେଁ ପୁନର୍ବାର ଏହାର ଅବଧିକୁ ବୃଦ୍ଧି କରିଛନ୍ତି। ଆଜି ଅକ୍ଷୟ ତୃତୀୟାରେ ରାଜ୍ୟର ପ୍ରାୟ ୪୦ ଲକ୍ଷ ଚାଷୀଙ୍କୁ କାଳିଆ କିସ୍ତି ବାବଦରେ ସହାୟତା ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

About The Author: The Sakala