ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ପଦକ ହାତେଇଛି ଭାରତୀୟ ହକି ଦଳ । ଶକ୍ତିଶାଳୀ ଜର୍ମାନୀକୁ ୫-୪ରେ ହରାଇ ଭାରତ ବ୍ରୋଞ୍ଜ ଜିତିଛି । ମ୍ୟାଚ୍ ଜିତିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଫୋନରେ କଥା ହୋଇଛନ୍ତି ।
ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ହକି ଦଳ । ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ର ପ୍ରାୟୋଜକ ଅଛି । ଖାଲି ସେତିକି ନୁହେଁ ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ। ଓଡ଼ିଶାରେ ହକିର ଉନ୍ନତି ହେବାରୁ ଆଜି ଓଡ଼ିଶାରୁ ପୁରୁଷ ହକି ଟିମ୍ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍ରେ ଦିପ୍ ଗ୍ରେସ୍ ଏକ୍କା ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ଯ ନବୀନ ପଟ୍ଟନାୟକଙ୍କୁ ଛୁଟୁଛି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ।
ଅଲିମ୍ପିକ୍ସରେ ଚମତ୍କାର ବିଜୟ ପାଇଁ ମଧ୍ଯ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ପୁରୁଷ ହକି ଟିମ୍ର ଆଜିର ବିଜୟ ଭବିଷ୍ୟତ ପିଢ଼ିର ଖେଳାଳିଙ୍କୁ ଉତ୍ସାହିତ କରିବ ବଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ମଧ୍ଯ ବ୍ରଲିଆଣ୍ଟ -ଇନ -ବ୍ଲୁ ଲେଖି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
sp;