ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି, ‘ସ୍ୱର୍ଗତ ଗାନ୍ଧୀ ବିଜୁବାବୁଙ୍କ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ, ପରେ ସେ ବିଜେଡି ସହ ସ‍ଂପୃକ୍ତ ହୋଇ ଦଳର ମୂଲ୍ୟବୋଧର ପ୍ରସାର କରିଥିଲେ । ଦଳ ପାଇଁ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଣେ ପ୍ରତିଷ୍ଠିତ ଲେଖକ ଭାବେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ରହିଛି। ତାଙ୍କ […]

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି, ‘ସ୍ୱର୍ଗତ ଗାନ୍ଧୀ ବିଜୁବାବୁଙ୍କ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ, ପରେ ସେ ବିଜେଡି ସହ ସ‍ଂପୃକ୍ତ ହୋଇ ଦଳର ମୂଲ୍ୟବୋଧର ପ୍ରସାର କରିଥିଲେ । ଦଳ ପାଇଁ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଣେ ପ୍ରତିଷ୍ଠିତ ଲେଖକ ଭାବେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ରହିଛି। ତାଙ୍କ ବିୟୋଗ ରାଜ୍ୟ ପାଇଁ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିବା ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

About The Author: The Sakala