ରାଜ୍ୟ ଫରେନସିକ୍ ଲାବ୍‌ର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟ ଫରେନସିକ୍ ଲାବ୍‌ର ହେବ ଆଧୁନିକୀକରଣ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବାକୁ ପଦକ୍ଷେପ ସୂରୁପ ଫରେନସିକ୍ ଲାବ୍‌ର ଆଧୁନିକୀକରଣ ସହ ବାଲେଶ୍ବର ଓ ସମ୍ବଲପୁରରେ ଫରେନ୍‌ସିକ୍‌ ଲାବ୍‌ ଖୋଲିବାର ନିଷ୍ପତ୍ତି ହୋଇଛି। ୫ଟି ଉପକ୍ରମରେ ଅପରାଧିକ ନ୍ୟାୟ ପଦ୍ଧତିକୁ ଏହା ଅଧିକ ସୁଦୃଢ଼ କରିବ । ମର୍ଡନାଇଜେସନ ଅଫ ଫରେନ୍ସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନ ବା MFSSO ନାଁରେ […]

ଭୁବନେଶ୍ବର : ରାଜ୍ୟ ଫରେନସିକ୍ ଲାବ୍‌ର ହେବ ଆଧୁନିକୀକରଣ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବାକୁ ପଦକ୍ଷେପ ସୂରୁପ ଫରେନସିକ୍ ଲାବ୍‌ର ଆଧୁନିକୀକରଣ ସହ ବାଲେଶ୍ବର ଓ ସମ୍ବଲପୁରରେ ଫରେନ୍‌ସିକ୍‌ ଲାବ୍‌ ଖୋଲିବାର ନିଷ୍ପତ୍ତି ହୋଇଛି।

୫ଟି ଉପକ୍ରମରେ ଅପରାଧିକ ନ୍ୟାୟ ପଦ୍ଧତିକୁ ଏହା ଅଧିକ ସୁଦୃଢ଼ କରିବ । ମର୍ଡନାଇଜେସନ ଅଫ ଫରେନ୍ସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନ ବା MFSSO ନାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ବାଲେଶ୍ୱର ଓ ସମ୍ବଲପୁରରେ ହେବ ଆଞ୍ଚଳିକ ଫରେନ୍ସିକ ଲାବ୍ । ଦୁଇଟି ଆଞ୍ଚଳିକ ଲାବ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ଏଥି ସହିତ ରାଜ୍ୟ ଫରେନସିକ୍ ଲାବ୍‌ର ଆଧୁନିକୀକରଣରେ ବିଭିନ୍ନ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

About The Author: The Sakala