OSRTCର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ସହ “ମୋ ବସ୍”ର ଦୁଇଟି ଅତ୍ୟାଧୁନିକ ଡିପୋ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ସହ “ମୋ ବସ୍”ର ଦୁଇଟି ଅତ୍ୟାଧୁନିକ ଡିପୋ ଲୋକାର୍ପଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ବିଏସ୍-୬ ଇଞ୍ଜିନ ଯୁକ୍ତ ହୋଇଥିବା ବେଳେ ସବୁ ବସ୍‌ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ଜରୁରୀକାଳୀନ ସୁରକ୍ଷା ବଟନ୍, ଟ୍ରାକିଂ ବ୍ୟବସ୍ଥା ସହିତ ରହିଛି […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ସହ “ମୋ ବସ୍”ର ଦୁଇଟି ଅତ୍ୟାଧୁନିକ ଡିପୋ ଲୋକାର୍ପଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ର ୧୧୦ଟି ନୂତନ ଯାତ୍ରୀବାହୀ ବସ୍‌ ବିଏସ୍-୬ ଇଞ୍ଜିନ ଯୁକ୍ତ ହୋଇଥିବା ବେଳେ ସବୁ ବସ୍‌ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ଜରୁରୀକାଳୀନ ସୁରକ୍ଷା ବଟନ୍, ଟ୍ରାକିଂ ବ୍ୟବସ୍ଥା ସହିତ ରହିଛି ଆରାମଦାୟକ ସିଟ୍। ଆଜି ୧୧୦ଟି ନୂଆ ଅତ୍ୟାଧୁନିକ ବସ ଲୋକାର୍ପଣ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୦ଟି ବସ ମଧ୍ୟ ଲୋକାର୍ପଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଟିଆ ଏବଂ ଭଗବାନପୁର ଠାରେ ଦୁଇଟି ଅତ୍ୟାଧୁନିକ “ମୋ ବସ୍” ଡିପୋ ଲୋକାର୍ପଣ କରିଛନ୍ତି।  ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ । ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଥିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟ, ମେକାନାଇଜଡ ୱାସିଙ୍ଗ୍ ଏବଂ ୱାର୍କରସ୍ ବିଲଡିଂ ତଥା ସଞ୍ଚିତ ବର୍ଷାଜଳର ପୁନଃ ବ୍ୟବହାର ବ୍ୟବସ୍ଥା କରାଯାଇଛି। ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି । ୨ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା

About The Author: The Sakala