ସମ୍ବଲପୁର ଓ ବ୍ରହ୍ମପୁରରେ ମୋ ବସ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଓ  ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ଲୋକାର୍ପଣ ଉତ୍ସବ ହୋଇଥିବାବେଳେ ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ୍ ଟର୍ମିନାଲର ଲୋକାର୍ପଣ ଓ ମୋ ବସ୍ ସେବାର ଶୁଭାରମ୍ଭ […]

ଭୁବନେଶ୍ବର: ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଓ  ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ଲୋକାର୍ପଣ ଉତ୍ସବ ହୋଇଥିବାବେଳେ ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ୍ ଟର୍ମିନାଲର ଲୋକାର୍ପଣ ଓ ମୋ ବସ୍ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବ୍ରହ୍ମପୁର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ।

 

About The Author: The Sakala