ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ୍

ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଛି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଥିବା […]

ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଛି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଥିବା ବେଳେ ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀପିଲାଙ୍କ ସ୍କୁଲ ଖୋଲିବାକୁ ଯୋଜନା ଚାଲିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦୀପାବଳି ପରେ ସରକାର ଏସମ୍ପର୍କରେ ନିଷ୍ପତ୍ତି ନେବେ । ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାରବିମର୍ଶ ଚାଲିଛି। ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ବର୍ତମାନ ଶ୍ରେଣୀଗୃହରେ ପ୍ରାୟ ୭୦ ପ୍ରତିଶତ ଉପସ୍ଥାପନ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀ ଗୁଡିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ। ସରକାରଙ୍କର ସଂଶୋଧିତ ସିଲାବସ୍ ଅନୁସାରେ ପାଠ ପଢ଼ାଯିବା ।

About The Author: The Sakala