ବାଇକ୍‌ ରଖିବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଜଣେ ମୃତ, ୩ ଗୁରୁତର

ବଡମ୍ବା : ମୋଟରସାଇକେଲ ରଖିବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ତିନି ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ମୁଗଗହିର ଗ୍ରାମରେ।ସୂଚନା ଅନୁଯାୟୀ ଗତକାଲି ଦିଲ୍ଲୀପ ଖଟୁଆ (୩୬) କଟକରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ଓ ଦୀପାବଳି ଛୁଟିରେ ନିଜ ଘରକୁ ଫେରି ତାଙ୍କ ଘର ପାଖରେ ଥିବା ବାସେଳି ମନ୍ଦିର ନିକଟରେ ନିଜର ମୋଟରସାଇକଲ ଥୋଇ ଘରକୁ […]

ବଡମ୍ବା : ମୋଟରସାଇକେଲ ରଖିବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ତିନି ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ମୁଗଗହିର ଗ୍ରାମରେ।ସୂଚନା ଅନୁଯାୟୀ ଗତକାଲି ଦିଲ୍ଲୀପ ଖଟୁଆ (୩୬) କଟକରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ଓ ଦୀପାବଳି ଛୁଟିରେ ନିଜ ଘରକୁ ଫେରି ତାଙ୍କ ଘର ପାଖରେ ଥିବା ବାସେଳି ମନ୍ଦିର ନିକଟରେ ନିଜର ମୋଟରସାଇକଲ ଥୋଇ ଘରକୁ ଯିବା ସମୟରେ ସେହି ଗ୍ରାମର ଚରଣ ରାଉତ ବୟସ ୭୦ ବର୍ଷ ଦିଲ୍ଲୀପଙ୍କୁ ବାସେଳି ଠାକୁରାଣୀଙ୍କ ମନ୍ଦିର ନିକଟରେ ଗାଡି ଥୋଇବାକୁ ବାରଣ କରିଥିଲେ।

ଦିଲ୍ଲୀପ ଖଟୁଆ ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ବଚସା ପରେ ଦିଲ୍ଲୀପ ତାଙ୍କ ଘରକୁ ଚାଲି ଆସିଥିଲେ।ସେହି ସମୟରେ ଚରଣ ଓ ତାଙ୍କ ପରିବାର ଦିଲ୍ଲୀପଙ୍କ ଘରକୁ ଆସି ମାଡ଼ ପିଟ କରିଥିଲେ।ମାଡ଼ ପିଟ ରେ ଦିଲ୍ଲୀପ ଙ୍କ ସମେତ ତାଙ୍କ ସାନ ଭାଇ ,ବାପା,ମା ଓ ଭଉଣୀଙ୍କୁ ଚରଣ ରାଉତଙ୍କ ପରିବାର ଦିଲ୍ଲୀପଙ୍କ ପରିବାରରେ ପ୍ରାୟ ସମସ୍ତଙ୍କୁ ଠେଙ୍ଗା ବାଡ଼ି,ଇଟା ଓ ଶୀଳପୁଆ ରେ ମାରିଥିଲେ।ଯାହାଫଳରେ ଦିଲୀପଙ୍କ ପରିବାର ୪ଜଣ ଗୁରୁତର ହୋଇ ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ପଠାଇଦିଆଯାଇଥିଲା।ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଦିଲ୍ଲୀପଙ୍କ ବାପା,ମା ଓ ସାନ ଭାଇ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।ବଡମ୍ବା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ପୁଲିସ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି।

 

 

About The Author: The Sakala