ଚାର୍ଜସିଟ୍ ରିପୋର୍ଟକୁ ନେଇ IIC ଓ ASI ମଧ୍ୟରେ ହାତାହାତି, ଉଭୟଙ୍କୁ ବଦଳି କଲେ ଏସପି

ଯାଜପୁର: IIC ଓ ASI ମଧ୍ୟରେ ପିଟାପିଟି । ଅଳକୁଣ୍ଡ ଥାନାରେ ଚାର୍ଜସିଟ୍ ରିପୋର୍ଟକୁ ନେଇ IIC ଓ ASI ମଧ୍ୟରେ ହାତାହାତି ପରିସ୍ଥିତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଏସପି । ଉଭୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଯାଜପୁର ଏସ୍‌ପି । 

ସୂଚନା ଅନୁସାରେ, ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ASI ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ନେଇ ଅଭିଯୋଗ ହୋଇଥିଲା ।  ଅଭିଯୋଗ ପରେ ଯାଜପୁର SDPO ପ୍ରଶାନ୍ତ କୁମାର ମାଝୀ ଅଳକୁଣ୍ଡ ଥାନାରେ ପହଁଚି ଥାନାର ସିସିଟିଭି ଚେକ କରିଥିଲେ ।  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି ।  ଉଭୟ IIC ଓ ASIଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରି ତଦନ୍ତ ଜାରି ରଖିଛନ୍ତି ।

About The Author: Madhusudan Das