ଆସିକା: ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଦୁଇ ଦଳର ଦଣ୍ଡୁଆଙ୍କ ଭିତରେ ଗଣ୍ଡଗୋଳ । ସଂସ୍କୃତିର ଧର୍ଯ୍ୟା ଉଡିଲା ସିନ୍ଦୁରାପଲି ଗାଁରେ । ଗଂଜାମ ଜିଲ୍ଲା ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଘଟିଛି ଏପରି ଅଘଟଣ । ହିଞ୍ଜିଳିକାଟୁ ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆଙ୍କ ଭିତରେ ପିଟାପିଟି । ଦଣ୍ଡୁଆଙ୍କ ଭିତରେ ମାରପିଟ୍ ପରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ କେଉଁ କାରଣକୁ ନେଇ ଗଣ୍ଡଗୋଳ ହେଲା, ଏନେଇ କିଛି ସ୍ପଷ୍ଟ ହୋଇନି । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।