ମହଙ୍ଗା ପଡ଼ିଲା ଇଭିଏମ ଭଙ୍ଗାରୁଜା, ଗିରଫ ହେଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ। ମହଙ୍ଗା ପଡିଲା ବୁଥ୍ ଭିତରେ ପଶି ଇଭିଏମ ଭଙ୍ଗାରୁଜା କରିବା । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବାନ୍ଧିଲା ପୋଲିସ । ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି। ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି […]

ଭୁବନେଶ୍ୱର: ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ। ମହଙ୍ଗା ପଡିଲା ବୁଥ୍ ଭିତରେ ପଶି ଇଭିଏମ ଭଙ୍ଗାରୁଜା କରିବା । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ବାନ୍ଧିଲା ପୋଲିସ । ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି।

ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଗୁଣ୍ଡାଗିରିର ସବୁ ସୀମା ଟପିଥିଲେ ପ୍ରଶାନ୍ତ ଜଗଦ୍ଦେବ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଥିଲା ପୋଲିସ। ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।

About The Author: The Sakala