ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପୁଣ୍ୟ ଜୟନ୍ତୀ । ଯାହାଙ୍କ ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ ହୋଇଛି। ଆଜି ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀ ସାରା ଭାରତରେ ପାଳନ କରାଯାଉଛି। ସେହିପରି ଆଜି ହେଉଛି ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ।ସୁଭାଷ ଚନ୍ଦ୍ର […]

ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପୁଣ୍ୟ ଜୟନ୍ତୀ । ଯାହାଙ୍କ ବୀରତ୍ୱ ପାଇଁ ସାରା ଦେଶ ଗର୍ବିତ ହୋଇଛି। ଆଜି ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀ ସାରା ଭାରତରେ ପାଳନ କରାଯାଉଛି। ସେହିପରି ଆଜି ହେଉଛି ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ।ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାର ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା। ତାଙ୍କ ଦୃଢ ନେତୃତ୍ୱ, ଅତୁଳନୀୟ ଦେଶ ଭକ୍ତି ସମସ୍ତଙ୍କ ହୃଦୟରେ ଚିର ଅମର ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ସହ ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କର ପରାକ୍ରମ ଏବଂ ବଳିଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ଟ୍ୱିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

About The Author: The Sakala