ଖରିଫ ଋତୁରେ ଧାନ କିଣା ଓ ରାଜ୍ୟର ବଳକା ଉଷୁନା ଚାଉଳ ବିକ୍ରି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଗାମୀ ଖରିଫ ଋତୁରେ ଧାନକିଣା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବଳକା ଉଷୁନା ଚାଉଳ ବିକ୍ରି ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି । ରାଜ୍ୟରେ ଆଗାମୀ ଖରିଫ ଋତରେ ୫୨ ଲକ୍ଷ ମେଟ୍ରିକ ଟନ୍ […]

ଭୁବନେଶ୍ବର : ଆଗାମୀ ଖରିଫ ଋତୁରେ ଧାନକିଣା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବଳକା ଉଷୁନା ଚାଉଳ ବିକ୍ରି ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ ଉଲ୍ଲେଖ ରହିଛି ।

ରାଜ୍ୟରେ ଆଗାମୀ ଖରିଫ ଋତରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ନେଇ ଆକଳନ କରିଛି ରାଜ୍ୟ। ପ୍ରତି ବର୍ଷ ରାଜ୍ୟକୁ ୨୪ ଲକ୍ଷ ଚାଉଳ ଟନ ଧାନର ଆବଶ୍ୟକତା ରହିଥିବାବେଳେ ଓଡିଶା ଉତ୍ପାଦନ କରୁଛି ୫୨ ଲକ୍ଷ ମେଟ୍ରିକ ଟନ୍ । ତେବେ ବଳକା ଚାଉଳକୁ କେନ୍ଦ୍ର ସଠିକ ସମୟରେ ଓଡ଼ିଶାରୁ ଉଠାଇବା ନେଇ ମୁୁଖ୍ୟମନ୍ତ୍ରୀ ଚିଠିରେ ଅବଗତ କରିଛନ୍ତି । ପୂର୍ବରୁ କେନ୍ଦ୍ର ଯେଉଁ ପ୍ରସ୍ତାବ ଦେଇଥିଲା ସେହି ଅନୁଯାୟୀ ଚାଉଳ ଉଠାଉ ନାହିଁ ।ସାଧାରଣ ବଂଟନ ବିଭାଗ ଉଷୁନା ଚାଉଳ ନ କିଣିବାକୁ ନିଷ୍ପତ୍ତି ନେଇଥିବାରୁ ଓଡିଶାର ୧୦ ଲକ୍ଷ ଚାଷୀ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି । ବଳକା ଚାଉଳ ନେବାକୁ ଖାଦ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କେନ୍ଦ୍ର ଖାଦ୍ୟ ବିଭାଗର ନିୟମ ପାଳନ ପାଇଁ ଅଧିକ ସମୟ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରସରକାର ବଳକା ଚାଉଳ ଉଠାଣ ପାଇଁ ଆଗ୍ରହ ପ୍ରକାଶ କଲେ ଓଡ଼ିଶାର ଚାଷୀ କୂଳ ଲାଭଭାନ ହେବେ । ନଚେତ ଚାଷୀକୂଳ ପୁଣି ଥରେ ଖରିଫ ରତୁ ଧାନ ବିକ୍ରୟରେ ଅସୁବିଧାର ସମ୍ମୁଖୀନ ହେବେ । କୋଭିଡ ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ଚାଷୀ ଏହଦ୍ୱାରା ପ୍ରଭାବୀତ ହୋଇଛନ୍ତି ।

About The Author: The Sakala