ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋଙ୍କୁ ବାନ୍ଧିଲା ଭିଜିଲାନ୍ସ, ଜମି ପଟ୍ଟା କରାଇଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ

ଦେବଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ୫୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ । ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ୫ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଜମି ପଟ୍ଟା କରିବା ଦେବାକୁ ପରମ କିସାନ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା […]

ଦେବଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ୫୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ । ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ୫ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି।

ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଜମି ପଟ୍ଟା କରିବା ଦେବାକୁ ପରମ କିସାନ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।  ସେହି କ୍ରମରେ ଆଜି ଅଭିଯୋଗକାରୀ ତାଙ୍କ ସରକାରୀ କ୍ବାଟର୍ସରେ ସଂପୃକ୍ତ ଅଭିଯୋଗକାରୀ ତାଙ୍କୁ ୫୦୦୦ ଟଙ୍କା ପ୍ରଦାନ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କ ଧରିଥିଲା। ଶ୍ରୀ କାଲୋଙ୍କ ନିକଟରୁ ୫୦୦୦ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଏନେଇ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

About The Author: The Sakala