ଧରାପଡ଼ିଲା ୫ ସ୍ତ୍ରୀଙ୍କ ସ୍ୱାମୀ, ପ୍ରେମିକା ସାଜି ଅଭିଯୁକ୍ତକୁ ଧରିଲା ମହିଳା ପୁଲିସ

ଭୁବନେଶ୍ବର: ଧରାପଡ଼ିଲା ରସିକିଆ ଠକ। ରସିକିଆ ଠକକୁ ଧରିବାକୁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୁଲିସ । ଉକ୍ତ ଠକ ଏକାଧିକ ଯୁବତୀଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିଲା।  ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ପ୍ରସ୍ତାବ ଦେଉଥିଲା । ଏହି  ରସିକିଆ ଠକକୁ ଗିରଫ କରିିଛି କ୍ୟାପିଟାଲ ଥାନା ପୁଲିସ। ଅଭିଯୁକ୍ତର ନାଁ ସତ୍ୟଜିତ ସାମଲ। ଘର ଯାଜପୁର ଜିଲ୍ଲାର ଭିଙ୍ଗାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏଥିସହ ଉକ୍ତ ଠକ ଠାରୁ […]

ଭୁବନେଶ୍ବର: ଧରାପଡ଼ିଲା ରସିକିଆ ଠକ। ରସିକିଆ ଠକକୁ ଧରିବାକୁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୁଲିସ । ଉକ୍ତ ଠକ ଏକାଧିକ ଯୁବତୀଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିଲା।  ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ପ୍ରସ୍ତାବ ଦେଉଥିଲା । ଏହି  ରସିକିଆ ଠକକୁ ଗିରଫ କରିିଛି କ୍ୟାପିଟାଲ ଥାନା ପୁଲିସ। ଅଭିଯୁକ୍ତର ନାଁ ସତ୍ୟଜିତ ସାମଲ। ଘର ଯାଜପୁର ଜିଲ୍ଲାର ଭିଙ୍ଗାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏଥିସହ ଉକ୍ତ ଠକ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ୍‌ ଜବତ କରାଯାଇଛି।  ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍‌ ସହ ବିବାହ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଠକ ସତ୍ୟଜିତର ୫ ଜଣ ସ୍ତ୍ରୀ ରହିଥିବା ବେଳେ ଲାଇନ୍‌ରେ ଥିଲେ ଆଉ ୪୯ । ସେ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ଠକୁଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ୍‌ କରି ଟଙ୍କା ଠକେଇ କରୁଥିଲା। ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ୍‌ ନେଇ ମଉଜ କରୁଥିଲା। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଗିରଫ ପାଇଁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୁଲିସ। ପରେ ସତ୍ୟଜିତ ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରି ଫସିଥିଲେ। କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବାବେଳେ ମାଡି ବାସିଲା ପୁଲିସ । ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିଲା ରସିକଆ ଠକ।

About The Author: The Sakala