ବାତ୍ୟା ପ୍ରଭାବରେ ଚାନ୍ଦିପୁର ବେଳାଭୁମିରେ ପ୍ରଖର ହେଉଛି ସାମୁଦ୍ରିକ ଜୁଆର

ବାତ୍ୟା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ସାମୁଦ୍ରିକ ଜୁଆର ଆଜି ପ୍ରଖର ହେବାରେ ଲାଗିଛି।ଆଜି ଜିଲ୍ଲାର ଚାନ୍ଦିପୁର,ତାଳସାରି, ଉଦୟପୁର ଓ କୀର୍ତ୍ତନିଆ ଆଦି ସ୍ଥାନରେ ଗତକାଲି ରାତିରୁ ୨ ମିଟର ଉଚ୍ଚତାରେ ଜୁଆର ଉଠୁଛି। ଚାନ୍ଦିପୁର ବେଳାଭୁମି ରେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା କଙ୍କ୍ରିଟ ପାହାଚ ଉପରେ ପାଣି ଛାଟି ହୋଇ ପଡୁଛି। ସେହିପରି ସଦର ବ୍ଲକ ଅଧିନସ୍ଥ ରସୁଲପୁର ପଞ୍ଚାୟତର ବଡଧନାଡି ଓ ଉପାଡ଼ି ଗାଁ ନିକଟକୁ […]

ବାତ୍ୟା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ସାମୁଦ୍ରିକ ଜୁଆର ଆଜି ପ୍ରଖର ହେବାରେ ଲାଗିଛି।ଆଜି ଜିଲ୍ଲାର ଚାନ୍ଦିପୁର,ତାଳସାରି, ଉଦୟପୁର ଓ କୀର୍ତ୍ତନିଆ ଆଦି ସ୍ଥାନରେ ଗତକାଲି ରାତିରୁ ୨ ମିଟର ଉଚ୍ଚତାରେ ଜୁଆର ଉଠୁଛି। ଚାନ୍ଦିପୁର ବେଳାଭୁମି ରେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା କଙ୍କ୍ରିଟ ପାହାଚ ଉପରେ ପାଣି ଛାଟି ହୋଇ ପଡୁଛି। ସେହିପରି ସଦର ବ୍ଲକ ଅଧିନସ୍ଥ ରସୁଲପୁର ପଞ୍ଚାୟତର ବଡଧନାଡି ଓ ଉପାଡ଼ି ଗାଁ ନିକଟକୁ ଜୁଆର ପାଣି ଧିରେ ଧିରେ ମାଡ଼ି ଆସୁଥିବାରୁ ଏହି ଦୁଇ ଗାଁର ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି।ପରଖି ଅଞ୍ଚଳରେ ମଧ୍ୟ ସମୁଦ୍ର ର କରାଳ ରୂପ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଗ୍ରାମବାସୀ ସୂଚନା ଦେଇଛନ୍ତି।ଉଚ୍ଚ ଜୁଆର ଯୋଗୁଁ ଭୋଗରାଇ ବ୍ଲକ ଅଧିନସ୍ଥ ତାଳସାରି ସନ୍ନିକଟ ଥିବା ସୁବର୍ଣ୍ଣପୁର ଦ୍ବିପରେ ହଜାର ହଜାର ସଙ୍ଖ୍ୟାରେ ଝାଉଁ ଗଛ ଉପୁଡ଼ି ପଡ଼ିଛି।କୀର୍ତ୍ତନିଆ ଚଡ୍ ଉପରେ ୪ ମିଟର ଉଚ୍ଚତାରେ ଜୁଆର ପାଣି ମାଡି ଆସିବା ସହ ଲୁଣି ବନ୍ଧରେ ମାଡ଼ ଖାଉଛି। ଫଳରେ ଏନଏମ ପଡିଆ,କୀର୍ତ୍ତନିଆ, ଚନ୍ଦ୍ରାବାଲି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସେହିପରି କୀର୍ତ୍ତନିଆର ଅତି ନିକଟରେ ଥିବା ରଣସିଂପୁର,ଖଡିବିଲ ଓ ବଡପାହି ଗାଁର ମଧ୍ୟ ସମାନ ଅବସ୍ଥା।

ବାତ୍ୟା ମୁକାବିଲା ପାଇଁ କଚ୍ଚା ଚାଳ ଛପର ଓ ଆଜବେଷ୍ଟ ଘରେ ରହୁଥିବା ୧୨ ଟି ବ୍ଲକ ଓ ୪ ଟି ସହରଞ୍ଚଳର ୬୦୨୫୫ ଜଣ ଲୋକଙ୍କୁ ୧୩୪୧ ଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି ବୋଲି କୁହାଯାଇଛି। ସେଥିମଧ୍ୟରୁ ୭୪୯ ଟି ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେହିପରି ବାତ୍ୟା ସମୟରେ ଓ ପରେ ଉଦ୍ଧାର କାର୍ଯ୍ୟ ପାଇଁଁ ଜିଲ୍ଲାରେ ଚୁଡାନ୍ତ ଭାବେ ୯ ଟି ଏନଡିଆରଏଫ ଟିମ,୪ ଟି ଓଡ୍ରାଫ ଟିମ,୯ ଟି ଫରେଷ୍ଟ ଟିମ ଓ ୨୮୧ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବାତ୍ୟା ପରବର୍ତ୍ତୀ‌ ପୂର୍ତ୍ତ କିମ୍ବା ଅନ୍ୟ ମୁଖ୍ୟ ରାସ୍ତା ସଫା(ରୋର୍ଡ କ୍ଲିୟର) ପାଇଁ ଜିଲ୍ଲା ର ୯୬ ଟି ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ପୂର୍ତ୍ତ ଓ ବନ୍ୟ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ତେବେ ଗତକାଲି ରାତିରୁ ବର୍ଷା ସହ ପବନର ବେଗ ବଢୁଥିବାରୁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ଓ ଭାଙ୍ଗିବା ଆରମ୍ଭ ହୋଇଛି। ସେହିପରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ଖାଲୁଆ ଅଞ୍ଚଳର ଗୁଡ଼ିକରେ ବର୍ଷା ପାଣି ର ପ୍ରଖର ସ୍ରୋତ ଚାଲିଛି।

About The Author: The Sakala