କେନ୍ଦୁଝର: ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ । ଡକାୟତି ଉଦ୍ୟମ ବେଳେ ଗ୍ୟାଙ୍ଗର ୧୦ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ। ଗତକାଲି ରାତିରେ ଚମ୍ପୁଆ ପାଞ୍ଚ ପୋଖରିଆ ନିକଟ ଜଙ୍ଗଲରେ ଡକାୟତି ଯୋଜନାବେଳେ ମାଡ଼ି ବସିଥିଲା ପୋଲିସ। ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ବନ୍ଧୁକ, ୨ ଅଫୁଟା ଗୁଳି, ୨ କଟୁରୀ, ୱିକେଟ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମଦ ବୋତଲ ଆଦି ଜବତ ହୋଇଛି। ଏମାନେ ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମରୁ ଲୁଟ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି । ପୂର୍ବରୁ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି। ଅଭିଯୁକ୍ତ ସିପୁନ ଗ୍ୟାଙ୍ଗର ମୁଖ୍ୟ ବୋଲି ଜଣାପଡିଛି।
ଡକାୟତି ଉଦ୍ୟମ ପଣ୍ଡ, ଗ୍ୟାଙ୍ଗର ୧୦ ସଦସ୍ୟଙ୍କୁ ଗିରଫ କଲା ଚମ୍ପୁଆ ପୋଲିସ
କେନ୍ଦୁଝର: ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ । ଡକାୟତି ଉଦ୍ୟମ ବେଳେ ଗ୍ୟାଙ୍ଗର ୧୦ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ। ଗତକାଲି ରାତିରେ ଚମ୍ପୁଆ ପାଞ୍ଚ ପୋଖରିଆ ନିକଟ ଜଙ୍ଗଲରେ ଡକାୟତି ଯୋଜନାବେଳେ ମାଡ଼ି ବସିଥିଲା ପୋଲିସ। ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ଦୁଇଟି ବନ୍ଧୁକ, ୨ ଅଫୁଟା ଗୁଳି, ୨ କଟୁରୀ, ୱିକେଟ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମଦ ବୋତଲ ଆଦି ଜବତ ହୋଇଛି। ଏମାନେ ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମରୁ […]