‘ମୋ କଲେଜ’ ଅଭିଯାନ ଅଧୀନରେ ‘ରମାଦେବୀ’ରେ କ୍ୟାରିଅର୍‌ କାଉନ୍‌ସେଲିଂ କାର୍ଯ୍ଯକ୍ରମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିଅର୍‌ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଜୀବନ ବଡ଼ ଭୂମିକା ଗ୍ରହଣ କରିଥାଏ। ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟାରିଅର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ ବୋଲି ଶ୍ରୀ ଦାସନାୟକ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିଅର୍‌ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଜୀବନ ବଡ଼ ଭୂମିକା ଗ୍ରହଣ କରିଥାଏ। ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟାରିଅର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ ବୋଲି ଶ୍ରୀ ଦାସନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଯୋଗ ଦେଇଥିଲେ ‘ଦ ଇଣ୍ଟେଲେକ୍ଟ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ। ଲେଖକ ଭଗବାନ ପ୍ରକାଶ ଓ କ୍ୟାରିୟର କାଉନସେଲିଂ ଏକ୍ସପର୍ଟ ଡ. ସୁଶାନ୍ତ କୁମାର ଦାଶ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଗାୟିକା ସୁସ୍ମିତା ଦାସ ରୋଲ ମଡେଲ ଭାବେ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ୍‍ ଅଧ୍ୟକ୍ଷା ପ୍ରଫେସର ଡ. ସସ୍ମିତା ମହାନ୍ତି, ରେଜିଷ୍ଟ୍ରାର ଶ୍ୟାମଳୀ ମହାପାତ୍ର, କ୍ୟାରିଅର କାଉନସେଲିଂ ସେଲର ଡ. ଦେବବାଳା ସ୍ୱାଇଁ, ଡ. ସୟାନ୍ତିଣୀ ବେହୁରା ଉପସ୍ଥିତ ଥିଲେ। ଶେଷରେ ଡ. ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

About The Author: The Sakala