ଭୁବନେଶ୍ୱର: ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର । ମାଟିରେ ମିଶିଲା ମାଫିଆଙ୍କ ଘର । ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ନିକଟରେ ଅପରାଧୀର ଘର ଭାଙ୍ଗିଛି ପୋଲିସ। ଗତ କିଛି ଦିନ ପୂର୍ବେ ଜିତେନ୍ଦ୍ର କାଣ୍ଡିଙ୍କୁ ଠିକ ଏହି ସ୍ଥାନରେ ହତ୍ୟା କରାଯାଇଥିଲା । ଶୁଭମ ଦାସ ଓ ବାବୁନା ବେହେରାଙ୍କ ସମ୍ପୃକ୍ତି ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଏବେ ତାଙ୍କ ଘରେ ଚାଲିଛି ବୁଲଡୋଜର। ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଲିଙ୍ଗରାଜ ଥାନା ପୋଲିସ । ଗତ କିଛିଦିନ ହେଲା ଥାନା ଅଧିକାରୀଙ୍କ ଦ୍ୱାରା 'ଅପରାଧ ଛାଡ଼ ନହେଲେ ଏରିଆ ଛାଡ଼' ବୋଲି ଚେତାବନୀ ଦିଆଯାଇଥିଲା। ପୂର୍ବରୁ ଏକାଧିକ ସ୍ଥାନରେ ନୋଟିସ ମଧ୍ୟ ମରାଯାଇଥିଲା । କିନ୍ତୁ ଏହାପରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଯୋଗୁଁ ଘର ଭାଙ୍ଗିଛି କମିଶନରେଟ ପୋଲିସ।