ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ :ପୁଣି ବିଲଡର ଗୟାଧର ଜେନାଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର : ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଣି ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ। ଜମି ଦେବାକୁ କହି ଟଙ୍କା ନେଇ ଜମି ଠକି ଦେବା ଅଭିଯୋଗ ଶାରଳା ରିଅଲକନ୍‌ ନାଁରେ ଆସିଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ଆଜି ଶାରଳା ରିଅଲକନ୍‌ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି। ଗୟାଧର ଜେନାଙ୍କ ଶାରଳା ରିଅଲକନ୍‌ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା […]

ଭୁବନେଶ୍ବର : ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଣି ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ। ଜମି ଦେବାକୁ କହି ଟଙ୍କା ନେଇ ଜମି ଠକି ଦେବା ଅଭିଯୋଗ ଶାରଳା ରିଅଲକନ୍‌ ନାଁରେ ଆସିଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ଆଜି ଶାରଳା ରିଅଲକନ୍‌ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ଗିରଫ କରିଛି। ଗୟାଧର ଜେନାଙ୍କ ଶାରଳା ରିଅଲକନ୍‌ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ କରିଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ଯାହା ପରେ ପୁଲିସ ଗୟାଧର ଜେନାଙ୍କୁ ଗିରଫ କରିଛି। ଏହାପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ୪ ଥର ଗିରଫ ହୋଇସାରିଛନ୍ତି ଗୟାଧର ଜେନା।

ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍‌କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ । ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । ଆଉ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

About The Author: The Sakala