ବ୍ରଜରାଜନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର

ଭୁବନେଶ୍ୱର : ଚଳିତ ମାସ ୩୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ପ୍ରଚାର ଶେଷ ହେଉଛି। ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ କରିବା ଉପରେ ମୁଖ୍ୟ ନିର୍ବାଚନ କମିସନର(ସିଇଓ) ସୁଶୀଲ କୁମାର ଲୋହାନୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଲୋହାନୀ ଶନିବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମୀକ୍ଷା କରିଛନ୍ତି। ଶ୍ରୀ ଲୋହାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ […]

ଭୁବନେଶ୍ୱର : ଚଳିତ ମାସ ୩୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ପ୍ରଚାର ଶେଷ ହେଉଛି। ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ କରିବା ଉପରେ ମୁଖ୍ୟ ନିର୍ବାଚନ କମିସନର(ସିଇଓ) ସୁଶୀଲ କୁମାର ଲୋହାନୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଲୋହାନୀ ଶନିବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମୀକ୍ଷା କରିଛନ୍ତି। ଶ୍ରୀ ଲୋହାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତ ଆଲୋଚନା କରିଛନ୍ତି।

ଉପନିର୍ବାଚନ ନେଇ ଅତିରିକ୍ତ ବୁଥ୍‍ ସ୍ଥାପନ, ସୁରୁଖୁରୁରେ ସେଣ୍ଟର ଗୁଡ଼ିକୁ ନିର୍ବାଚନ ସାମଗ୍ରୀ ପ୍ରେରଣ, ଭୋଟର ଏବଂ ନିର୍ବାଚନ ପ୍ରକ୍ରିୟାରେ ସାମିଲ ଥିବା କର୍ମଚାରୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ସେ ପଚାରି ବୁଝିଛନ୍ତି। ପ୍ରତି ବୁଥ୍‍ରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମଡେଲ ବୁଥ୍‍ ପ୍ରସ୍ତୁତି, ଭୋଟଦାନ ପୂର୍ବରୁ ସମସ୍ତ ମଦ ଦୋକାନ ସିଲ୍‍ କରିବା ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ରିଟର୍ଣ୍ଣିଂ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସିଡିଏମଓ ଏବଂ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

About The Author: The Sakala