ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ

ବୌଦ୍ଧ: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ସାହୁ ଓ ତାଙ୍କ ପତ୍ନୀ ରହିଥିଲେ। ଶ୍ରୀବନ୍ତ ବାଣୀଭୂଷଣପୁର ପଞ୍ଚାୟତ ସରପଞ୍ଚ ଥିବାବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ । ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ଗ୍ୟାସରୁ ନିଆଁ ଲାଗିଯିବା ପରେ ସେ ଚିତ୍କାର କରିଥିଲେ।  ତାଙ୍କ […]

ବୌଦ୍ଧ: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ସାହୁ ଓ ତାଙ୍କ ପତ୍ନୀ ରହିଥିଲେ। ଶ୍ରୀବନ୍ତ ବାଣୀଭୂଷଣପୁର ପଞ୍ଚାୟତ ସରପଞ୍ଚ ଥିବାବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ । ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ଗ୍ୟାସରୁ ନିଆଁ ଲାଗିଯିବା ପରେ ସେ ଚିତ୍କାର କରିଥିଲେ।  ତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବା ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଫଳରେ ବିଷ୍ଣୁପ୍ରିୟାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଶ୍ରୀବନ୍ତଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

About The Author: The Sakala