ଧାର୍ମୀୟ ଚିନ୍ତନରେ ପରିବେଶ ସୁରକ୍ଷା

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ପୂର୍ବରୁ ବିଭିନ୍ନ ଆବର୍ଜନା, ବର୍ଯ୍ୟବସ୍ତୁ ନଦୀ ମଧ୍ୟରେ ଓ ନଦୀ କୂଳରେ ଫୋପାଡିବା ଏବଂ ନଦୀକୂଳରେ ଶୌଚ ଅଭ୍ୟାସ ଇତ୍ୟାଦି ଯୋଗୁଁ ମହାନଦୀ ବିଶେଷ ମାତ୍ରାରେ ପ୍ରଦୂଷିତ ହେଉଥିଲା। ମା ମହାନଦୀ ଆଳତୀ ଆରମ୍ଭ ହେବା ପରେ ପରିସର ଆବର୍ଜନା ଏବଂ ଶୌଚମୁକ୍ତ ହେବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରିଛି। ଏହି ପରିସରରେ ସକାଳ ସମୟରେ ଯୋଗ, ଧ୍ୟାନ ଏବଂ ସନ୍ଧ୍ୟାରେ ଆଳତୀ ସହିତ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। […]

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ପୂର୍ବରୁ ବିଭିନ୍ନ ଆବର୍ଜନା, ବର୍ଯ୍ୟବସ୍ତୁ ନଦୀ ମଧ୍ୟରେ ଓ ନଦୀ କୂଳରେ ଫୋପାଡିବା ଏବଂ ନଦୀକୂଳରେ ଶୌଚ ଅଭ୍ୟାସ ଇତ୍ୟାଦି ଯୋଗୁଁ ମହାନଦୀ ବିଶେଷ ମାତ୍ରାରେ ପ୍ରଦୂଷିତ ହେଉଥିଲା। ମା ମହାନଦୀ ଆଳତୀ ଆରମ୍ଭ ହେବା ପରେ ପରିସର ଆବର୍ଜନା ଏବଂ ଶୌଚମୁକ୍ତ ହେବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରିଛି। ଏହି ପରିସରରେ ସକାଳ ସମୟରେ ଯୋଗ, ଧ୍ୟାନ ଏବଂ ସନ୍ଧ୍ୟାରେ ଆଳତୀ ସହିତ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଓଡ଼ିଶାର ପଶ୍ଚିମରୁ ପୂର୍ବକୁ ବହିଯାଇ ବଙ୍ଗୋପସାଗରରେ ଲୀନ ହୋଇଥିବା ଓଡ଼ିଶାର ବଡ଼ ନଦୀ ମହାନଦୀକୁ ଓଡ଼ିଶାର ଜୀବନରେଖା ମଧ୍ୟ କୁହାଯାଏ। ବିଭିନ୍ନ ମନୁଷ୍ୟକୃତ ପ୍ରଦୂଷଣ ଦ୍ୱାରା କବଳିତ ମହାନଦୀକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଧର୍ମୀୟ ଚିନ୍ତନ ଆଧାରରେ ପ୍ରୟାସ କରାଯାଇଛି। ଗଙ୍ଗା ନଦୀକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ନମାମି ଗଙ୍ଗେ ଯୋଜନା ଭଳି ମହାନଦୀର ସୁରକ୍ଷା ପାଇଁ ବୌଦ୍ଧରେ ମହାନଦୀ ଆଳତୀ ଯୋଜନା ପରିକଳ୍ପନା କରାଯାଇଛି। ବୌଦ୍ଧର ଯୋଗଗୁରୁ ଦେବାଶିଷ ପୁରୋହିତଙ୍କ ଚିନ୍ତନ ତଥା ପ୍ରୟାସ ଏବଂ ତତ୍କାଳୀନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ସହଯୋଗରେ ସହରର ମହାନଦୀ କୂଳରେ ଅବସ୍ଥିତ ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ପାର୍ଶ୍ବରେ ମା ମହାନଦୀ ଆଳତୀ ଘାଟ ଯୋଜନା ପରିକଳ୍ପନା କରାଯାଇଥିଲା। ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଆଲୋଚନା କରାଯାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବୌଦ୍ଧ ଜଳସେଚନ ବିଭାଗର ମିଳିତ ଅନୁଦାନରେ ଚନ୍ଦ୍ରଚୂଡ଼ ଘାଟରେ ମହାନଦୀ ଆଳତୀ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଜନସାଧାରଣଙ୍କ ଠାରୁ ମତାମତ ନିଆଯିବା ପରେ ଏ ନେଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଜଳସେଚନ ବିଭାଗ ତରଫରୁ ୭୫ ଲକ୍ଷ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଆଳତୀ ଘାଟର ଉନ୍ନତିକରଣ, ଆଲୋକୀକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଛି। ଗତ ୨୦୨୩ ମସିହା ପବିତ୍ର ମାଘ ସପ୍ତମୀ ତିଥିରୁ ମହାନଦୀକୁ ମା ବୋଲି ସମ୍ୱୋଧନ ପୂର୍ବକ ଦିବ୍ୟ ମା ମହାନଦୀ ଆଳତୀ ଅନୁଷ୍ଠିତ ହୋଇ ଆସୁଛି। ପ୍ରତ୍ୟେକ ରବିବାର, ପୂର୍ଣ୍ଣିମା, ସଂକ୍ରାନ୍ତି ଓ ବିଶେଷ ପର୍ବରେ ମହାନଦୀ ଆଳତୀ ଆୟୋଜିତ କରାଯାଉଛି। ତତ୍କାଳୀନ ଫାଇଭ ଟି ସଚିବ କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ଏହି ଆଳତୀ ଘାଟ ପରିଦର୍ଶନ କରି ଯୋଜନାକୁ ପ୍ରସଂଶା କରିବା ସହ ଏହାର ଉନ୍ନତୀକରଣ ଏବଂ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜନସାଧାରଣଙ୍କ ସାହାଯ୍ୟ ସହଯୋଗରେ ମା ମହାନଦୀ ଆଳତୀ ପରିଚାଳିତ ହେଉଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେହ ସନ୍ଧ୍ୟାରେ ଆଳତୀ ଆୟୋଜନ କରାଯିବାକୁ ଯୋଜନା ରଖାଯାଇଛି। ଯାହା ବି ହେଉ ମହାନଦୀ ଆଳତୀ ଯୋଗୁଁ ଏଠାରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ମହାନଦୀ ପରିବେଶ ସ୍ୱଚ୍ଛ ଏବଂ ସୁରକ୍ଷିତ ହୋଇପାରିଛି।

About The Author: The Sakala