ଗଞ୍ଜେଇ ଚାଲାଣ କରୁଥିଲେ ୩ ଆଇଆର୍‌ବି ଯବାନ, ଚାକିରିରୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି

ବୌଦ୍ଧ: ଭାରତୀୟ ରିଜର୍ଭ ପୁଲିସର ୩ ଜଣ ଯବାନଙ୍କୁ ଚାକିରିରୁ ବିଦା କରାଯାଇଛି। ସେହି ୩ ଜଣ ଯବାନ ଗଂଜେଇ କାରବାର ବନ୍ଦ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଗଂଜେଇ ବେପାରୀମାନଙ୍କୁ ଗଂଜେଇ ଚାଲାଣରେ ସାହାଯ୍ୟ କରୁଥିଲେ। ଏଥିପାଇଁ ଗଂଜେଇ ବେପାରୀମାନେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ। ଆଜି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ସମ୍ପୃକ୍ତ ୩ ଜଣଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ଗଂଜେଇ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗତ […]

ବୌଦ୍ଧ: ଭାରତୀୟ ରିଜର୍ଭ ପୁଲିସର ୩ ଜଣ ଯବାନଙ୍କୁ ଚାକିରିରୁ ବିଦା କରାଯାଇଛି। ସେହି ୩ ଜଣ ଯବାନ ଗଂଜେଇ କାରବାର ବନ୍ଦ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଗଂଜେଇ ବେପାରୀମାନଙ୍କୁ ଗଂଜେଇ ଚାଲାଣରେ ସାହାଯ୍ୟ କରୁଥିଲେ। ଏଥିପାଇଁ ଗଂଜେଇ ବେପାରୀମାନେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ। ଆଜି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ସମ୍ପୃକ୍ତ ୩ ଜଣଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁଯାୟୀ, ଗଂଜେଇ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗତ ମାର୍ଚ୍ଚ ୨୫ ତାରିଖରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସମ୍ପୃକ୍ତ ୩ ଜଣ ଯବାନଙ୍କୁ କଣ୍ଟାମାଳ ତହସିଲ ଅନ୍ତର୍ଗତ ମନମୁଣ୍ଡା ପୁଲିସ ବାରାକରୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୧୫ କିଲୋଗ୍ରାମ ଗଂଜେଇ ଜବତ କରାଯାଇଥିଲା।

About The Author: The Sakala