କାଲିଠୁ ମିଳିବ ବୁଷ୍ଟର ଡୋଜ୍ : କେଉଁମାନେ ନେବେ ବୁଷ୍ଟର ଡୋଜ୍‌, କିପରି କରିବେ ସ୍ଲଟ୍‌ ବୁକ୍‌

ଭୁବନେଶ୍ବର :  ଆସନ୍ତାକାଲି ଠାରୁ ଅର୍ଥାତ୍ ଜନୁଆରୀ ୧୦(ସୋମବାର) ରୁ ପୁରା ଦେଶରେ ଆରମ୍ଭ ହେବାକୁ ଯାଉଛି ବୁଷ୍ଟର ଡୋଜ୍ ବା ପ୍ରିକସନାରୀ ଡୋଜ୍ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ  ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିପାଇଁ ରାଜ୍ୟରେ ମଧ୍ୟ ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆସନ୍ତକାଲିଠୁ ରାଜ୍ୟରେ ବୁଷ୍ଟର […]

ଭୁବନେଶ୍ବର :  ଆସନ୍ତାକାଲି ଠାରୁ ଅର୍ଥାତ୍ ଜନୁଆରୀ ୧୦(ସୋମବାର) ରୁ ପୁରା ଦେଶରେ ଆରମ୍ଭ ହେବାକୁ ଯାଉଛି ବୁଷ୍ଟର ଡୋଜ୍ ବା ପ୍ରିକସନାରୀ ଡୋଜ୍ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ  ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିପାଇଁ ରାଜ୍ୟରେ ମଧ୍ୟ ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଆସନ୍ତକାଲିଠୁ ରାଜ୍ୟରେ ବୁଷ୍ଟର ଡୋଜ ବା ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ ହେବ । ମୁଖ୍ୟତଃ ଯେଉଁ ସ୍ବାସ୍ଥ୍ୟକର୍ମୀ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଡୋଜ ଦିଆଯିବ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ । ତେବେ ଯେଉଁମାନେ ଉଭୟ ଡୋଜ ଟିକା ନେଇଥିବେ କେବଳ ସେମାନେ ହିଁ ବୁଷ୍ଟର ଡୋଜ ନେବେ। ଯେଉଁ ବ୍ୟକ୍ତି ଯେଉଁ ଟିକା ନେଇଥିବେ ସେମାନଙ୍କୁ ସେହି ଟିକା ପାଇଁ ବୁଷ୍ଟର ଡୋଜ ଦିଆଯିବ। ଦ୍ବିତୀୟ ଡୋଜର ୯ ମାସ ପରେ ଅର୍ଥାତ୍ ୩୯ ସପ୍ତାହ ପରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ । ରାଜ୍ୟ ତଥା ଦେଶରେ ଏବେ ଓମିକ୍ରନ୍ ସ୍ଥିତି ସଙ୍ଗୀନ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ତୃତୀୟ ଲହରର ପିକ୍ ପୂର୍ବରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି ।

କାଲିଠୁ ବୁଷ୍ଟର ଡୋଜ ବା ପ୍ରିକସନାରୀ ଡୋଜ ଦିଆଯିବା ଆରମ୍ଭ କରାଯିବାକୁ ଥିବା ବେଳେ ଆଜିଠୁ ଖୋଲିଛି ସ୍ଲଟ । କୋ-ୱିନରେ ପଞ୍ଜିକରଣ ପାଇଁ ଖୋଲିଲା ସ୍ଲଟ । ପୂର୍ବରୁ ଟିକାକରଣ ପାଇଁ ଯେଉଁପରି ସ୍ଲଟ୍‌ ବୁକ୍ ହେଉଥିଲା ଏବେ ସେହିପରି ସ୍ଲଟ୍‌ ବୁକ୍‌ ହେବ। ଆସନ୍ତାକାଲିଠୁ କୋ-ୱିନ ଆପରେ କରିହେବ ପଞ୍ଜିକରଣ । କାଲିଠୁ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ । ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ ୯ ମାସର ବ୍ୟବଧାନ ଜରୁରୀ । ପ୍ରିକସନ ଡୋଜ ପାଇଁ ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ ।


ଅନ୍ୟପଟେ କାଲିଠୁ ରାଜଧନାୀ ଭୁବନେଶ୍ବରରେ ମଧ୍ୟ ବୁଷ୍ଟର ଡୋଜ ବା ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ ହେଉଥିବା ବେଳେ ଆଜିଠୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ନ୍ଇେ ସୂଚନା ଦିଆଯାଇଛି। ବିଏମସି ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି। ପ୍ରତିଦିନ ଅପରାହ୍ନ ୩ ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହେବ ଟିକାକରଣ। Cowin app ରେ ଅର୍ଥାତ cowin. gov. in ରେ ସ୍ଲଟ ବୁକିଂ କରିବାକୁ ହେବ। ୯ ମାସ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିବା ଵ୍ୟକ୍ତି ବୁଷ୍ଟର ଡୋଜ ବା ପ୍ରିକସନାରୀ ଡୋଜ ପାଇଁ  ଯୋଗ୍ୟ ଅଟନ୍ତି। ଏଣୁ ଟିକା ନେବାକୁ ଆସିବା ବେଳେ ସାଙ୍ଗରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣର ପ୍ରମାଣପତ୍ର ଆଣିବା ଜରୁରୀ।

About The Author: The Sakala