ଟିଟିଲାଗଡ: ବ୍ରିଜ୍ ତଳୁ ବ୍ୟବସାୟୀଙ୍କ ମୃତଦେହ ଠାବ। ତୁଷୁରା ଥାନା ଅନ୍ତର୍ଗତ ତେଲ ନଦୀ ବ୍ରିଜ୍ ତଳେ ପଡ଼ିଛି ଯୁବ ବ୍ୟବସାୟୀଙ୍କ ମୃତଦେହ । ମୃତକ ଜଣକ ଦେଉଳଗୁଡି ଅଞ୍ଚଳର ନଟରାଜ ଥାନପତି ବୋଲି ଜଣାପଡିଛି । ତେବେ ନଟରାଜଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ଵିତ ରାତିରେ ତୁଷୁରା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲ ଉପରେ ଏକ ବାଇକ୍ ସନ୍ଦେହଜନକ ଅବସ୍ଥାରେ ଥୁଅ ହେଇଥିବା ଦେଖିଥିଲା। ପୋଲ ତଳକୁ ଯାଇ ଦେଖିବା ବେଳକୁ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲା। ଉକ୍ତ ଯୁବକ ଜଣଙ୍କ ଦେଓଲଗୁଡିର ବ୍ୟବସାୟୀ ନଟରାଜ ଥନାପତି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ସେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ମାରି ଫିଙ୍ଗିଦେଇଛନ୍ତି କାରଣ ଅସ୍ପଷ୍ଟ ରହିଛି ।