ବିନା ଅନୁମତିରେ ରାସ୍ତା ଖୋଲିଲେ ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ବିଏମସି ଦେବ ଏତଲା

ଭୁବନେଶ୍ୱର: ଏଣିକି ରାସ୍ତାକୁ ମନଇଚ୍ଛା ଖୋଳିପାରିବେ ନାହିଁ। ଭୁବନେଶ୍ୱରରେ ବିଏମସିର ବିନା ଅନୁମତିରେ ରାସ୍ତା ଖୋଲିଲେ ନିଆଯିବି ଦୃଢ କାର୍ଯ୍ୟାନୁଷ୍ଠାନ । ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେବ ବିଏମସି ।  ଆନ୍ତଃ ବିଭାଗୀୟ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। କେବୁଲ ବିଛାଇବା, ଖୁଣ୍ଟିପୋତିବା, ଗ୍ୟାସ୍‌ ପାଇପ ଲାଇନ୍, ସ୍ବେରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିବାକୁ ବାରଣ କରାଯାଇଛି। ଏହି ଖୋଳାଖୋଳି ଫଳରେ ସହରର ଦୃଘଟଣା, ବାସୋପଯୋଗୀତା […]

ଭୁବନେଶ୍ୱର: ଏଣିକି ରାସ୍ତାକୁ ମନଇଚ୍ଛା ଖୋଳିପାରିବେ ନାହିଁ। ଭୁବନେଶ୍ୱରରେ ବିଏମସିର ବିନା ଅନୁମତିରେ ରାସ୍ତା ଖୋଲିଲେ ନିଆଯିବି ଦୃଢ କାର୍ଯ୍ୟାନୁଷ୍ଠାନ । ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେବ ବିଏମସି ।  ଆନ୍ତଃ ବିଭାଗୀୟ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।

କେବୁଲ ବିଛାଇବା, ଖୁଣ୍ଟିପୋତିବା, ଗ୍ୟାସ୍‌ ପାଇପ ଲାଇନ୍, ସ୍ବେରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିବାକୁ ବାରଣ କରାଯାଇଛି। ଏହି ଖୋଳାଖୋଳି ଫଳରେ ସହରର ଦୃଘଟଣା, ବାସୋପଯୋଗୀତା ଏବଂ ସୌନ୍ଦର୍ଯ୍ୟକରଣ କ୍ଷୁର୍ଣ୍ଣ ହେଉଛି ।

ତେବେ ଆବଶ୍ୟକ ସ୍ଥଳେ ଅନୁମତି ଦେବା ପୂର୍ବରୁ ବିଏମ୍‌ସିର ଏକ ଟିମ୍ ସଂପୃକ୍ତ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବ ।  ଯଥାର୍ଥ ହୋଇଥିଲେ ଅନୁମତି ପ୍ରଦାନ କରାଯିବ । ରାସ୍ତାରେ ନିର୍ମାଣ ଓ ଭଗ୍ନାବଶେଷ ବାଲି, ମାଟି, ଗୋଡି ଆଦି ଗଦା କରିପାରିବେ ନାହିଁ କି କେବୁଲ ଝୁଲାଇ ପାରିବେ ନାହିଁ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

About The Author: The Sakala