ପୋଲିସ ଉପସ୍ଥିତିରେ ଥାନା ଭିତରେ ମହାଭାରତ, ସମ୍ପତ୍ତିକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର: ଥାନା ଭିତରେ ମହାଭାରତ । ଥାନା ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ପୋଲିସ ଉପସ୍ଥିତିରେ ମାଡପିଟ । ଥାନା ଗୃହରେ ରକ୍ତର ଛିଟା । ଚନ୍ଦକା ଥାନାରେ ଘଟିଛି ଘଟଣା । ଖବର ଅନୁସାରେ ଚନ୍ଦକା ରାସ୍ତାରେ ଥିବା ପାନ୍ଥିକା ହୋଟେଲ ମାଲିକଙ୍କ ଦୁଇ ପତ୍ନୀ ଓ ତାଙ୍କ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏଭଳି ପରିସ୍ଥିତି ଉପୁଜିଥିଲା । ମାଲିକଙ୍କର ଦୁଇଟି ସ୍ତ୍ରୀ ଥିବା ବେଳେ ସମ୍ପତ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା । ତେବେ ଗତ ୨୧  ତାରିଖ ଦିନ ଏହା ଉଗ୍ର ରୂପ ନେବା ସହ ଉଭୟଙ୍କ ମଧ୍ୟରେ ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ଘଟଣାରେ ୧୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

About The Author: Madhusudan Das