ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ କୁ ବିଜେପି ବିଧାୟକ ଜୟନାରାୟଣଙ୍କ ଅସମ୍ମାନ

ସମ୍ୱଲପୁର: ଓଡ଼ିଆ ଅସ୍ମିତା ର ନାରା ଦେଇ ରାଜ୍ୟରେ ପ୍ରଥମକରି ସରକାର ଗଢ଼ିଥିବା ବିଜେପି ‘ଅସ୍ମିତା’ ପ୍ରତି କେତେ ପ୍ରତିଶ୍ରୁତିବଦ୍ଧ ତାହା ଶନିବାର ସରକାରୀ ସ୍ତରରେ ଆୟୋଜିତ ବିଜେପିର ବିକାଶ ମେଳାରେ ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ଉତ୍ସବ ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଆସନରେ ବସି ରହିବା ସମସ୍ତଙ୍କୁ ଚକିତ କରିଛି। ମଞ୍ଚାସୀନ ସମସ୍ତ ଅତିଥି ଏବଂ ଉପସ୍ଥିତ ଜନତା ରାଜ୍ୟ ସଙ୍ଗୀତକୁ […]

ସମ୍ୱଲପୁର: ଓଡ଼ିଆ ଅସ୍ମିତା ର ନାରା ଦେଇ ରାଜ୍ୟରେ ପ୍ରଥମକରି ସରକାର ଗଢ଼ିଥିବା ବିଜେପି ‘ଅସ୍ମିତା’ ପ୍ରତି କେତେ ପ୍ରତିଶ୍ରୁତିବଦ୍ଧ ତାହା ଶନିବାର ସରକାରୀ ସ୍ତରରେ ଆୟୋଜିତ ବିଜେପିର ବିକାଶ ମେଳାରେ ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ଉତ୍ସବ ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଆସନରେ ବସି ରହିବା ସମସ୍ତଙ୍କୁ ଚକିତ କରିଛି। ମଞ୍ଚାସୀନ ସମସ୍ତ ଅତିଥି ଏବଂ ଉପସ୍ଥିତ ଜନତା ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇ ଛିଡ଼ା ହୋଇଥିଲେ ହେଁ ବିଧାୟକ ଜୟ ନାରାୟଣଙ୍କ ଏଭଳି ଆଚରଣ ଓଡ଼ିଆ ଅସ୍ମିତାକୁ ଶକ୍ତ କୁଠାରାଘାତ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସବୁଠୁ ପରିତାପର ବିଷୟ, ସମାଲୋଚନା ପରେ ମଧ୍ୟ ଜୟ ନାରାୟଣ ତାଙ୍କ ଅହଙ୍କାର ପ୍ରଦର୍ଶନ କରି ‘‘ଏହି ସଙ୍ଗୀତ ଗାନ ବେଳେ କେବେ ଛିଡ଼ା ହୋଇଥିଲି ଯେ ଆଜି ଛିଡ଼ା ହୋଇଥାନ୍ତି’’ ବୋଲି କହିବା ରାଜନୈତିକ ମହଲରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଜୟ ନାରାୟଣଙ୍କ ଏହି ଆଚରଣ ଓ ମନ୍ତବ୍ୟକୁ ନେଇ ସର୍ବସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ମନ୍ଦଳିଆ ପଡ଼ିଆରେ ଆୟୋଜିତ ବିକାଶ ମେଳାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଜିଲ୍ଲାପାଳ, ଆରଡିସି, ଏସ୍‌ଏମସି କମିଶନର ଓ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ହୋଇଥିଲା। ମଞ୍ଚ ପରିଚାଳିକା ସମସ୍ତଙ୍କୁ ଛିଡା ହେବା ପାଇଁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ରବି ନାଏକ, ଆରଡିସି, ଜିଲ୍ଲାପାଳ ଓ ଏସ୍‌ଏମସି କମିଶନର ଛିଡା ହୋଇଥିଲେ। ଗୀତ ଗାନ ସମୟରେ ବିଧାୟକ କିନ୍ତୁ ତାଙ୍କ ଆସନରୁ ଉଠି ନଥିଲେ। ତାଙ୍କୁ ମନ୍ତ୍ରୀ ତଥା ଉପସ୍ଥିତ ଅତିଥି ଛିଡା ହେବା ପାଇଁ ଠାର ଦେଇଥିଲେ ହେଲେ ବିଧାୟକ ଏ କଥାକୁ ଖାତିର ନ କରି ଚେୟାରରେ ବସି ରହିଥିଲେ। ଗୀତ ଶେଷ ହେବା ପର୍ଯ୍ୟନ୍ତ ସେହିପରି ବସି ରହିଥିଲେ। କାର୍ଯ୍ୟକ୍ରମ ଶେଷ ପରେ ବିଧାୟକଙ୍କୁ କାହିଁକି ଛିଡା ହେଲେନି ବୋଲି ପଚାରିବାରୁ, କେବେ ଛିଡା ହେଇଥିଲି କି ଆଜି ବସି ରହିଲି ବୋଲି କହି କଥାକୁ ଏଡାଇ ଦେଇଥିଲେ।

ରାଜ୍ୟ ସଙ୍ଗୀତକୁ ମାନ୍ୟତା ପାଇଁ ୧୯୯୫ ମସିହାରୁ ଦାବି ହୋଇ ଆସୁଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ୨୦୨୦ ଜୁନ ୭ରେ ମାନ୍ୟତା ମିଳିଥିଲା। ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ପରିବେଷଣ ବେଳେ ରାଜ୍ୟପାଳଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡ଼ା ହୋଇ ସମ୍ମାନ ଜଣାଇଥାନ୍ତି। ଏପରିସ୍ଥଳେ ବିଧି ବ୍ୟବସ୍ଥାକୁ ଫୁ’ କରି ଜଣେ ବିଧାୟକ ଏଭଳି ଆଚରଣ ପ୍ରଦର୍ଶନ କରିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।

About The Author: The Sakala