କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଏହି ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ ଆହୁରି ମଧ୍ୟ କହିଛନ୍ତି କି, ଦୀର୍ଘ ୧୧ ବର୍ଷ ପରେ ଉପକୂଳ ରାଜପଥର କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ଅବଗତ କରିଛନ୍ତି । ଏହା ଓଡ଼ିଶାର ପର୍ଯ୍ୟଟନ, ଅର୍ଥନୀତି, ଗମନାଗମନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିବା ସହ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ନବକଳେବର ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ ଏହାର ଘୋଷଣା କରିଥିଲେ । ୪୩୦ କିଲୋମିଟରର ଏହି ପ୍ରୋଜେକ୍ଟର ସ୍ବପ୍ନ ଦେଖାଇଥିଲେ । ଏଥିସହ କଟକ ଭୁବନେଶ୍ୱର ଖୋର୍ଦ୍ଧା CRRR, ରାମେଶ୍ୱରରୁ ଚନ୍ଦନପୁର ଯାଏଁ NH ମାନ୍ୟତା ଘୋଷଣା କରିଥିଲେ । ୧୧ ବର୍ଷ ପରେ ଏହି ୮୩୦୦ କୋଟିର ପ୍ରକଳ୍ପ ରାମେଶ୍ୱର ଠାରୁ କୋଣାର୍କ ଓ କୋଣାର୍କରୁ ପାରାଦ୍ୱୀପର ମଞ୍ଜୁରୀ ଦିଆଯାଇଛି । ହେଲେ ଓଡ଼ିଶାବାସୀ ନିରାଶ । ଏହି ଅବଧି ଭିତରେ ତିନି ଥର ଟେଣ୍ଡର ଡକାଯାଇଛି । କେତେବେଳେ ଚାରି ଥାକିଆ ରାସ୍ତା କେତେବେଳେ ଦୁଇ ଥାକିଆ । ତିନି ଥର ଟେଣ୍ଡର ବାତିଲ ହୋଇଛି । ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ମିଳି ନଥିଲା । ଚିଲିକା, ଭିତରକନିକା ମଞ୍ଜୁରୀ ମିଳି ନଥିଲା । 

ପାରାଦ୍ୱୀପରୁ ଦିଘା ଯାଏଁ ଯେଉଁ ଅଞ୍ଚଳ ରହିଲା ଯେପରି ଭଦ୍ରକ, ବାଲେଶ୍ୱର ବାଦ ପଡିଛନ୍ତି । ଯେଉଁ ପରି ବାରମ୍ବାର ଏହାର alignment ପରିବର୍ତନ କରିବା ସହ ମୂଳ ନକ୍ସା ବଦଳା ଗଲା, ଏହା ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ । ୪୮୦ କିଲୋମିଟର ବେଳାଭୂମିର ୫୦୦ ମିଟରରେ ଏହା ନିର୍ମାଣ ହୋଇଥିଲେ, ପର୍ଯ୍ୟଟନ ବିକାଶ ଓ ବାତ୍ୟା ମୁକାବିଲା ହୋଇ ପାରିବା ସହ ଗମନାଗମନରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଥାନ୍ତା । 

ଏହି ରାସ୍ତାର ପରିକଳ୍ପନା ନେଇ ମଞ୍ଜୁରୀ ଯାହା ମିଳିଛି, ଯାହା ଅନ୍ୟ ରାସ୍ତା ହୋଇପାରେ । ଏହା ଗ୍ରୀନଫିଲଡ ପ୍ରୋଜେକଟ । NHAI ଯେଉଁ 60% ଜମି ଅଧିଗ୍ରହଣ କଥା କହିଛନ୍ତି, ତାହା ମିଛ । ଏହା ଦଶନ୍ଧି ଧରି ନ ହେବାର ସନ୍ଦେହ ଦେଖା ଦେଇଛି । ଯେଉଁ ଅର୍ଥନୈତିକ ମଞ୍ଜୁରୀ ମିଳିଛି, ସେଥିରେ ପର୍ଯ୍ୟଟନ ବିକାଶ ହେବନି । କାରଣ ଏଥିରେ ସମୁଦ୍ର ଓ ଚିଲିକା ନାହିଁ । ରାମେଶ୍ୱର ପାଖରେ କେଉଁ ସମୁଦ୍ର କି ଚିଲିକା ଦେଖିବେ ପର୍ଯ୍ୟଟକ? କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶାକୁ ବିଭିନ୍ନ ସମୟରେ ଆସି ଯାହା ସବୁ ପ୍ରତିଶୃତି ଦେଇଥିଲେ, ସେଥିରେ କେନ୍ଦ୍ର ଓ NHAI ସମ୍ପୂର୍ଣ୍ଣ ନୀରବ । କ'ଣ ପ୍ରକଳ୍ପ କରିବାକୁ ସରକାର ଚାହୁଁଛନ୍ତି, ତାହାର ଭାଗ୍ୟ ଓ ଭବିଷ୍ୟତ କ'ଣ, ତାକୁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ପାରାଦ୍ୱୀପରୁ ଦିଘା ରାସ୍ତାର କେବେ ସରକାର ନିଷ୍ପତ୍ତି ନେବେ, ତାହା ଜଣାନ୍ତୁ । ଏ ପ୍ରକଳ୍ପ କେବଳ ଏକ ରାସ୍ତାର ପରିକଳ୍ପନା, ଯାହା ବାତ୍ୟା ମୁକାବିଲା କି ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ । 

About The Author: Madhusudan Das