ଓଡିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର: ସୌରଜଗତର ଜାଗତିକ ପ୍ରକ୍ରିୟାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ବିଷୁବରେଖାରେ ଅବସ୍ଥାନ ସହ ନୂତନ ବର୍ଷର ଶୁଭାରମ୍ଭ ହୋଇଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର ତାପ ଆଗକୁ ମଙ୍ଗଳକାରୀ ବର୍ଷାଋତୁର ଆବାହନ କରୁଛି। ତାପରେ ସନ୍ତାପିତ ମନରେ ଉନ୍ମେଷ ହୋଇଛି ଆଶ୍ୱସନା। ପ୍ରଭୁଙ୍କ ବିଧିବିଧାନରେ ବିହ୍ୱଳିତ ଭକ୍ତଙ୍କ ଦେବାଳୟରେ ପୂଜାର୍ଚ୍ଚନା ସୃଷ୍ଟି କରିଛି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପ୍ରଭୁଙ୍କ ପାଖରେ ପଣା ଲାଗି ସହ ପ୍ରସାଦସେବନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତଗଣ। ସମ ତିଥିରେ ରୁଦ୍ର ଅବତାର ଶ୍ରୀହନୁମାନଙ୍କ […]

ଭୁବନେଶ୍ୱର: ସୌରଜଗତର ଜାଗତିକ ପ୍ରକ୍ରିୟାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ବିଷୁବରେଖାରେ ଅବସ୍ଥାନ ସହ ନୂତନ ବର୍ଷର ଶୁଭାରମ୍ଭ ହୋଇଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର ତାପ ଆଗକୁ ମଙ୍ଗଳକାରୀ ବର୍ଷାଋତୁର ଆବାହନ କରୁଛି। ତାପରେ ସନ୍ତାପିତ ମନରେ ଉନ୍ମେଷ ହୋଇଛି ଆଶ୍ୱସନା। ପ୍ରଭୁଙ୍କ ବିଧିବିଧାନରେ ବିହ୍ୱଳିତ ଭକ୍ତଙ୍କ ଦେବାଳୟରେ ପୂଜାର୍ଚ୍ଚନା ସୃଷ୍ଟି କରିଛି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପ୍ରଭୁଙ୍କ ପାଖରେ ପଣା ଲାଗି ସହ ପ୍ରସାଦସେବନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତଗଣ। ସମ ତିଥିରେ ରୁଦ୍ର ଅବତାର ଶ୍ରୀହନୁମାନଙ୍କ ଆଜି ପବିତ୍ର ଜୟନ୍ତୀ। ସଂଯୋଗବଶତଃ ସାମ୍ୟବାଦର ପ୍ରତୀକ ତଥା ପ୍ରବକ୍ତା ଭାରତରତ୍ନ ଡଃ ବାବା ସାହେବ ଆମ୍ୱେଦକରଙ୍କ ଆଜି ଜନ୍ମଜୟନ୍ତୀ।

ଏପରି ଏକ ବିଶେଷ ଅବସରରେ ସଭିଁଙ୍କର ମଙ୍ଗଳ ନିମନ୍ତେ ଓଡିଆ ଅସ୍ମିତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ପ୍ରାର୍ଥନା କରିବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ମିଡିଆ ସହ-ସଂଯୋଜକ ଡ଼ ଲେନିନ୍‌ ମହାନ୍ତି ଏବଂ ଡ଼ ପ୍ରିୟବ୍ରତ ମାଝୀ।

 

About The Author: The Sakala