ଭୁବନେଶ୍ବର: ଗତକାଲି ପଦ୍ମପୁର ଉପ-ନିର୍ବାଚନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଫଳାଫଳ ଆସିବା ପୂର୍ବରୁ ରାଜ୍ୟ ରାଜନୀତିର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ବଡ ବୟାନ ଦେଇଛନ୍ତି। ଖାରବେଳ ସ୍ଵାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମିଳିତ ଭାବେ ବିଜେଡି ଲଢ଼ିଛି । ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ଜିତିବ। ବିଜେପି କାହିଁକି ଜିତିପାରୁନି ତାହା ପଦମପୁର ନିର୍ବାଚନ ସଙ୍କେତ ଦେବ । ସେଥିରୁ ରାଜ୍ୟ ବିଜେପି ବୁଝିବା ଦରକାର ବୋଲି ଖାଳବେଳ ସ୍ୱାଇଁ କହିଛନ୍ତି। ସେହିଭଳି ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ବାପାଙ୍କ ଭଳି ଅଧିକ ଭୋଟ ପାଇ ଜିତିବେ ବର୍ଷା । ବିଜେଡି ପ୍ରାର୍ଥୀ ଯଥେଷ୍ଟ ଅଧିକ ଭୋଟରେ ଜିତିବେ ବୋଲି ଦାମୋଦର ରାଉତ କହିଛନ୍ତି ।
ପଦ୍ମପୁର ଉପ ନିର୍ବାଚନ। ବିଜେଡିର ବିଜୟ ହେବ। ୨୦୧୯ ରେ ବିଜେଡିର ବିଜୟ ମାର୍ଜିନ ୫ ହଜାରରୁ ଅଧିକ ଥିଲା। ଏଥର ତାହା ବହୁ ଗୁଣିତ ହେବ। ଆମେ ମାର୍ଜିନାଲି ଆଗରେ ଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ ଭୋଟ ହାର ବଢିଛି। ଅଧିକ ଭୋଟ୍ ପ୍ରତିଶତ ବଢିବା ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।