ଘୋଡ଼ା ବେପାରରେ ରହି କ୍ରସ୍‌ ଭୋଟିଂ କରିଥିବା ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: 'କିଣା ଘୋଡା କେତେଦିନ ଦୌଡ଼ି ପାରିବ । କିଣା ଘୋଡାକୁ ସବୁଦିନ ଦାନା ଦେଇପାରିବ ତ ? ଘୋଡ଼ା ବେପାରରେ ରହି କିଛି ବିଜେଡି ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ । ଲଜ୍ଜା ନିବାରଣ କରିବାକୁ ବିଜୁ ଲିଗାସୀ କଥା କହୁଛନ୍ତି କିଛି ବିଜେଡି ବିଧାୟକ । ସେମାନେ ମୋଟା ଅଙ୍କର ଟଙ୍କା ନେଇ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।' ରାଜ୍ୟସଭା ନିର୍ବାଚନରେ ହୋଇଥିବା କ୍ରସ୍‌ ଭୋଟିଂକୁ ନେଇ ପ୍ରେସ୍‌ମିଟ୍‌ କରି ବିଜେଡି ବର୍ଷୀଛି । କାଲି ଏକ ସ୍ମରଣୀୟ ଦିବସ ନୁହେଁ କଳା ଦିବସ ଥିଲା ବୋଲି କହିଛି ବିଜେଡି । 

ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରକୁ ନେଇ ସାରା ଓଡ଼ିଶାବାସୀ ବ୍ୟଥିତ ହୋଇଛନ୍ତି । ପ୍ରେସମିଟ କରି ବିଜେଡି କହିଛି, ବିଜୁ ପ୍ରେମୀ ନିଜ ନିର୍ବାଚନ ମଣ୍ଡଳୀରେ ବିକ୍ରି ହୋଇଥିବା ବିଧାୟକଙ୍କୁ ବିରୋଧ କରିବା ଦରକାର । ଦେବୀ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀ ୧୯୯୬ରେ କଂଗ୍ରେସର ଜୟନ୍ତୀ ପଟ୍ଟନାୟକଙ୍କ ପାଇଁ କ୍ରସ ଭୋଟିଙ୍ଗ କରି ଦଳରୁ ବିଦା ହୋଇଥିଲେ । କ୍ରସ ଭୋଟର ଟ୍ରେଣ୍ଡ ତାଙ୍କ ବାପା ଆରମ୍ଭ କରିଥିଲେ । ପୁଅ ଅନୁସରଣ କଲେ । ସବୁ ଦଳକୁ ବ୍ୟବହାର କରି ବି 23-23 ଭୋଟ ପଡିଲା । ବିକ୍ରି ହୋଇଥିବା ବିଧାୟକଙ୍କୁ ବିଜେଡି ନିନ୍ଦା କରୁଛି ।

୮୦ ବର୍ଷ ବୟସରେ ଗତକାଲି ନବୀନ ପଟ୍ଟନାୟକ ନେତୃତ୍ୱ ନେଇଛନ୍ତି ।  ଯେଉଁମାନେ ତାଙ୍କୁ ଧୋକା ଦେଲେ ଭଗବାନ ସେମାନଙ୍କୁ କ୍ଷମା ଦେବେନି । ନବୀନ ପଟ୍ଟନାୟକଙ୍କ ଅଭିଶାପ ସେମାନଙ୍କ ଉପରେ ପଡିବ ବୋଲି କହିଛି ବିଜେଡି । ୨୦୨୬ ଜାନୁଆରୀ ୧୫ ରେ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକ ବିଜେଡିରୁ ନିଲମ୍ବନ କରିଥିଲେ । ସମସ୍ତେ କାରଣ ପଚାରୁଥିଲେ । ଯାହାର ଉତ୍ତର ଗତକାଲି ବିଜୟ ମହାପାତ୍ର କହିଲେ । ୬ ମାସରୁ ଏହି ବ୍ଲୁ ପ୍ରିଣ୍ଟ ହେଉଥିବା ସେ କହିଛନ୍ତି । ନବୀନ ନିଲମ୍ବନ କରି ଠିକ କରିଛନ୍ତି ବୋଲି ବିଜେଡି କହିଛି । ଘୋଡା ହୋଇଛନ୍ତି ବିଧାୟକ, ନିର୍ବାଚନମଣ୍ଡଳିରେ ଉଚିତ ଜବାବ ମିଳିବ । ରେଙ୍ଗାଲି ବିଧାୟକଙ୍କୁ ୧୫ କୋଟି ଯଚା ଯିବା ସହ ପରିବାର ପ୍ରତି ଭୟ କରାଯାଇଥିଲା । ହେଲେ ତାଙ୍କୁ ସାଧୁବାଦ ସେ ଆସି ନବୀନଙ୍କ ନିର୍ଦ୍ଦେଶରେ ଭୋଟ ଦେଲେ । ନବୀନ ପଟ୍ଟନାୟକ ଉଦାର. ଯିଏ ତାଙ୍କୁ ଗାଡିକୁ ଟେକା ପକାଇଥିଲେ, ତାଙ୍କୁ ଆଣି ବିଧାୟକ, ପୁଅକୁ ବିଧାୟକ ଓ ପତ୍ନୀଙ୍କୁ ଜିଲ୍ଲା ପରିଷଦ କରାଇଥିଲେ. କଣ ସବୁ ଭୁଲି ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମେଡିକାଲରେ ଲୋକ ପୋଡି ପାଉଁଶ ହେଲେ. ପାରାଦ୍ୱୀପରେ ବିଜେପି ବିଧାୟକ ମୌଜ କରୁଥିଲେ । ଲୁଟିକି ଓଡ଼ିଶା ଶାସନ ଚଳିବ ନାହିଁ ବୋଲି ବିଜେଡି କଟାକ୍ଷ କରିଛି ।

About The Author: Madhusudan Das