ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଏନେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ପ୍ରେସ୍ମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ଲେନିନ୍ କହିଛନ୍ତି କି, ଦେବାଶିଷ ଦଳରୁ ୫ ଥର ଟିକେଟ ନେଇଛନ୍ତି। ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି। ଏବେ ରାଜ୍ୟସଭା ଯାଇଛନ୍ତି। ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି। ସେ ଦଳରୁ ଆଉ କେତେ ନେଇଥାନ୍ତେ।
ସେ ଆହୁରି ମଧ୍ୟ କହିଛନ୍ତି କି, ଗତ ୪ ବର୍ଷରେ ଦଳ ପାଇଁ ତାଙ୍କର କୌଣସି ଅବଦାନ ନାହିଁ। ଦଳର ପ୍ରତିକୂଳ ପରିସ୍ଥିତିରେ ସେ ଦଳ ସହ ନାହାନ୍ତି। ସେ ବ୍ୟକ୍ତିଗତ ସ୍ୱାର୍ଥ ଦଳ ଛାଡିଛନ୍ତି। କଟକରେ ତାଙ୍କର ସଂଗଠନ ନାହିଁ। ଦିଲ୍ଲୀରେ କେବେ ତାଙ୍କ ସ୍ୱର ନଥିଲା। ଅନେକ ଲୋକ ଅଛନ୍ତି ଦିଲ୍ଲୀରେ ଦଳର ସ୍ୱର ଉଠାଇବା ପାଇଁ। ଦଳରେ ବର୍ତ୍ତମାନ କର୍ମୀ ସଂଖ୍ୟା ବଢ଼ୁଛନ୍ତି। ତାଙ୍କ ପ୍ରାପ୍ୟ ଠାରୁ ଅଧିକ ବିଜେଡି ଦେଇଛି।