ରାଜ୍ୟସଭାରେ ଚିଲିକା ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଚିଲିକାରେ ବେଆଇନ ଭାବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ। ମାଛ ଧରା ଓ ବେଆଇନ ଚିଙ୍ଗୁଡି ଘେରାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ସେ କହିଛନ୍ତି ଯେ, ଚିଲିକାରେ ଖାରି ଓ ମଧୁର ପାଣିର ସମିଶ୍ରଣ ଥିବାରୁ ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଖଇଙ୍ଗା, ଚିଙ୍ଗୁଡ଼ି, କଙ୍କଡା, ଏହାର ଜୈବ ବିବିଧତାକୁ ବଜାୟ ରଖିଥାନ୍ତି। କିନ୍ତୁ ଚିଲିକାରେ ବେଆଇନ ମାଛଧରା […]

ଭୁବନେଶ୍ବର: ଚିଲିକାରେ ବେଆଇନ ଭାବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ। ମାଛ ଧରା ଓ ବେଆଇନ ଚିଙ୍ଗୁଡି ଘେରାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ସେ କହିଛନ୍ତି ଯେ, ଚିଲିକାରେ ଖାରି ଓ ମଧୁର ପାଣିର ସମିଶ୍ରଣ ଥିବାରୁ ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଖଇଙ୍ଗା, ଚିଙ୍ଗୁଡ଼ି, କଙ୍କଡା, ଏହାର ଜୈବ ବିବିଧତାକୁ ବଜାୟ ରଖିଥାନ୍ତି। କିନ୍ତୁ ଚିଲିକାରେ ବେଆଇନ ମାଛଧରା ଯୋଗୁ ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। କେବଳ ସ୍ଥାନୀୟ ମତ୍ସ୍ୟଜୀବୀ ନୁହନ୍ତି, କିଛି ବାହାର ମତ୍ସ୍ୟଜୀବୀ ଚିଲିକାରୁ ବେଆଇନ ଭାବେ ମାଛ ଧରୁଛନ୍ତି। ବଡ ମାଛ ଓ ଚିଙ୍ଗୁଡି ଯାଅଁଳ ମାରିଦିଆଯାଉଛି । ଯାହା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ପ୍ରଭାବିତ ହେଉଛି। ମାଛ ମାରିବା ଦ୍ୱାରା ଚିଲିକା ଜଳ ଦୂଷିତ ହେବା ସହ ପରିବେଶ ସନ୍ତୁଳନ ବିଗୁଡୁଛି । ଏହା ସହ ଚିଲିକାର ବିଶ୍ୱ ପ୍ରସିଦ୍ଧ ସୁସ୍ୱାଦୁ ଖଙ୍ଗା ମାଛ ଏବେ ବିଲୁପ୍ତ ହେବାକୁ ବସିଲାଣି, ତେଣୁ ଭବିଷ୍ୟତ ପାଇଁ ବେଆଇନ ଚିଙ୍ଗୁଡି ଘେରିକୁ ବନ୍ଦ କରିବା ସହ ବିଭାଗୀୟ ମନ୍ତ୍ରାଳୟ ସଂରକ୍ଷଣ ନୀତି ଲାଗୁ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

About The Author: The Sakala