‘ଆୟୁଷ୍ମାନ’ ଯୋଜନାକୁ ନେଇ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ; କହିଲେ ଏହା ଏବେ ଶ୍ମଶାନ ଯୋଜନାରେ ପରିଣତ…

ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ବୈଠକରେ ସାମିଲ ହୋଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। ଆୟୁଷ୍ମାନ ଯୋଜନା ଏବେ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁୱାର୍ଡ ଯୋଜନା ଥିଲା। ଏହି ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥଲେ। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଇନ୍ସୁରାନ୍ସ। ଚିକିତ୍ସା ହେଲା ପରେ ଅର୍ଥ ମିଳିବ। ଏଥିରେ ଆଠ ପ୍ରକାର ଓଟିପି ଆସୁଛି। ଡାକ୍ତରଙ୍କ ଫଟୋ ଅପଲୋଡ଼ ହେଉଛି। […]

ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ବୈଠକରେ ସାମିଲ ହୋଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। ଆୟୁଷ୍ମାନ ଯୋଜନା ଏବେ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁୱାର୍ଡ ଯୋଜନା ଥିଲା। ଏହି ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥଲେ। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଇନ୍ସୁରାନ୍ସ। ଚିକିତ୍ସା ହେଲା ପରେ ଅର୍ଥ ମିଳିବ। ଏଥିରେ ଆଠ ପ୍ରକାର ଓଟିପି ଆସୁଛି। ଡାକ୍ତରଙ୍କ ଫଟୋ ଅପଲୋଡ଼ ହେଉଛି। ଡାକ୍ତର ଓଟି ଭିତରେ ଥିଲେ ଗୁରୁତର ରୋଗୀ କଣ ଅପେକ୍ଷା କରି ବସିବ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ଆୟୁଷ୍ମାନ ଭାରତ ଟୋଟାଲି ଫେଲ ମାରିଛି। ୨୦୧୭ ମସିହାରେ ଯେତେବେଳେ ବିଏସକେୱାଇ ଆରମ୍ଭ ହେଲା ସେତେବେଳେ ୩୦୦- ୪୦୦ କୋଟି ଖର୍ଚ୍ଚ ହେଲା। ୨୩-୨୪ ବେଳକୁ ୪ ହଜାର କୋଟିରେ ପହଞ୍ଚିଥିଲା ଏହି ଯୋଜନା। କିନ୍ତୁ ଆୟୁଷ୍ମାନ ଭାରତରେ ସାରା ଭାରତର ଖର୍ଚ୍ଚ ହେଉଛି ୫ ହଜାରରୁ ୬ ହଜାର କୋଟି। ଯଦି ଗୋଟିଏ ରାଜ୍ୟର ଯୋଜନା ବାର୍ଷିକ ୪ ହଜାର କୋଟିରେ ପହଞ୍ଚିଥିଲା। ସେପଟେ ସମଗ୍ର ଭାରତରେ ଆୟୁଷ୍ମାନ ଯୋଜନାର ମୋଟ ଖର୍ଚ୍ଚ ୫, ୬ ହଜାର କୋଟି। ତାହେଲେ ଆୟୁଷ୍ମାନ ଭାରତରେ ଓଡ଼ିଶାର ଭାଗ କେତେ ଓ ରୋଗୀ କ’ଣ ପାଇବେ ବୋଲି ପ୍ରଶ୍ନ କରିଛି ବିଜେଡି। ସରକାର ଭୋଟ ରାଜନୀତି ନ କରି ଟିକେ ହୋସକୁ ଆସନ୍ତୁ। ଲୋକଙ୍କ ପାଇଁ ଚିନ୍ତା କରନ୍ତୁ । ସିଧାସଳଖ ଓଡ଼ିଶାବାସୀ ଯେଉଁ ସୁବିଧା ପାଇଥିଲେ ତାକୁ ଏନସୁୟର କରନ୍ତୁ ନ ହେଲେ ସରକାରର ବ୍ୟାଣ୍ଡ ବାଜିବ। ଆୟୁଷ୍ମାନ ଯୋଜନାରେ ସ୍ମଶାନ ଯାତ୍ରା ଆରମ୍ଭ ହୋଇଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

About The Author: The Sakala