କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଜି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ଷ୍ଟାଡିୟମ ପରିସରରେ ଏକ ଗଣଦୌଡ଼ର ଆୟୋଜନ ହୋଇଥିଲା । […]

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଜି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ ।

ଏହି ଅବସରରେ ବିଭାଗ ପକ୍ଷରୁ ଷ୍ଟାଡିୟମ ପରିସରରେ ଏକ ଗଣଦୌଡ଼ର ଆୟୋଜନ ହୋଇଥିଲା । ମନ୍ତ୍ରୀ ଶ୍ରୀ ବେହେରା ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ କ୍ରୀଡ଼ା ହଷ୍ଟେଲ, ଆଥଲେଟିକ୍ସ, ଫୁଟବଲ, ହକି, ସୁଇମିଂ, ଜିମନାଷ୍ଟିକ୍ସ ଓ ସ୍କେଟିଂ ଆଦି ବିଭିନ୍ନ କ୍ରୀଡ଼ା ବର୍ଗର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏଥିସହିତ ବିଜୁ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଚିତ୍ରକଳା, ଏକକ ସଂଗୀତ ଏବଂ ରଙ୍ଗୋଲି ଆଦି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ପୁରସ୍କୃତ କରିଥିଲେ।

ସେହିପରି ମାନ୍ୟବର ମନ୍ତ୍ରୀ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଆଜି ନିୟମିତ ଯୋଗ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।  ନିଜେ ଯୋଗ କରିବା ସହ ସମସ୍ତେ ଯୋଗକୁ ନିଜ ଜୀବନରେ ସାମିଲ କରି ସୁସ୍ଥ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଫିଟନେସ ପାଇଁ ଯୋଗ ଓ ପ୍ରାଣାୟାମର ଯଥେଷ୍ଟ ଭୂମିକା ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସବୁ ବର୍ଗଙ୍କ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ନିୟମିତ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ଅବସରରେ ଷ୍ଟାଡ଼ିୟମ ପରିସରରେ ଏକ ଏଟିଏମ କାଉଣ୍ଟରର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ହକି ପ୍ରମୋସନ କାଉନସିଲ ସିଇଓ ତଥା ନିର୍ଦେଶକ ଦିପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ କୁମାର ଜେନା, ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା ଓ ରଞ୍ଜିତ ପରିଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଓ ପ୍ରୋଗ୍ରାମ ଅଧିକାରୀ ନିବେଦିତା ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

About The Author: The Sakala