ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା଼ ଯାତ୍ରା: ସନ୍ଧ୍ୟା ଯୋଗୁ ଅଧାରେ ଅଟକିଲା ରୁକୁଣା ରଥ

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ବାହୁଡା଼ ଯାତ୍ରା। ହେଲେ ଅଧାରେ ଅଟକିଲା ମହାପ୍ରଭୁଙ୍କ ରୁକୁଣା ରଥ । ଶୀତଳ ଷଷ୍ଠୀ ଅଞ୍ଚଳରେ ଅଟକିଲା ରୁକୁଣା ରଥ। ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି। ପୁଣି ଆସନ୍ତାକାଲି ୩ଟା ବେଳେ ରଥ ଟଣା ହେବ। ଯେହେତୁ ଆସନ୍ତାକାଲି ୬ ଦିନ ହେଉଛି ସେଥିପାଇଁ ମହାପ୍ରଭୁ ମଙ୍ଗଳବାର ଦିନ ମନ୍ଦିରକୁ ଯିବେ। ସୂଚନା ଅନୁଯାୟୀ, ସକାଳୁ ସକାଳ ଧୂପ, ଅବକାଶ ନୀତି କରାଯିବା ପରେ ମଧ୍ୟାହ୍ନରେ ମଧ୍ୟାହ୍ନ […]

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ବାହୁଡା଼ ଯାତ୍ରା। ହେଲେ ଅଧାରେ ଅଟକିଲା ମହାପ୍ରଭୁଙ୍କ ରୁକୁଣା ରଥ । ଶୀତଳ ଷଷ୍ଠୀ ଅଞ୍ଚଳରେ ଅଟକିଲା ରୁକୁଣା ରଥ। ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି। ପୁଣି ଆସନ୍ତାକାଲି ୩ଟା ବେଳେ ରଥ ଟଣା ହେବ। ଯେହେତୁ ଆସନ୍ତାକାଲି ୬ ଦିନ ହେଉଛି ସେଥିପାଇଁ ମହାପ୍ରଭୁ ମଙ୍ଗଳବାର ଦିନ ମନ୍ଦିରକୁ ଯିବେ।

ସୂଚନା ଅନୁଯାୟୀ, ସକାଳୁ ସକାଳ ଧୂପ, ଅବକାଶ ନୀତି କରାଯିବା ପରେ ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ ଓ ପୂଜାର୍ଚ୍ଚନା କରାଯାଇ ଅପରାହ୍ନରେ ରଥାରୂଢ଼ ହୋଇଥିଲେ ଶ୍ରୀ ଜୀଉ । ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଦେବୀ ରୁକ୍ମଣୀ ଓ ପ୍ରଭୁ ବାସୁଦେବ ବାହୁଡା଼ ଯାତ୍ରାରେ ଆସିଥାନ୍ତି। ଅପରାହ୍ନ ୪ ଟାରେ ରଥଟଣା ହୋଇଥିଲା।  ହଜାର ହଜାର ଭକ୍ତ ଏହି ବାହୁଡା଼ ଯାତ୍ରାରେ ସାମିଲ ହୋଇ ରଥାରୂଢ଼ ଶ୍ରୀ ଜୀଉଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ। ରଥ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୁଲିସ, ମନ୍ଦିର ପ୍ରଶାସନ ଓ ବହୁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ।

About The Author: The Sakala