ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର ଏମ୍ସରେ ସୁରକ୍ଷାକର୍ମୀଙ୍କ ଧାରଣା। ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ କାର୍ଯ୍ୟରତ ୪୪୦ସିକ୍ୟୁରିଟି ଗାର୍ଡ ।ଇପିଏଫ୍ ନଦେବା ଓ ମନଇଚ୍ଛା ଦରମା କାଟିବାକୁ ବିରୋଧ କରିବା ସହ ଠିକା ସଂସ୍ଥା ୨ ମାସର ବକେୟା ଦରମା ଦେଇନଥିବା ଅଭିଯୋଗ କରିଛନ୍ତି ସୁରକ୍ଷାକର୍ମୀ। 

ସୂଚନା ଅନୁସାରେ ଏକ ଠିକା ସଂସ୍ଥା ଅଧିନରେ ଭୁବନେଶ୍ୱର ଏମ୍ସରେ ଶତାଧିକ କର୍ମଚାରୀ କାମ କରନ୍ତି। ପୂର୍ବରୁ ୭ ତାରିଖ ମଧ୍ୟରେ ଦରମା ମିଳୁଥିଲା। କିନ୍ତୁ ଗତ କିଛି ମାସ ହେବ ଆଉ ଠିକ ସମୟରେ ଦରମା ମିଳୁନାହିଁ। ତେଣୁ କାମ କରୁଥିବା ଠିକା କର୍ମଚାରୀମାନଙ୍କ ଚଳିବାରେ, ଘରଭଡା ଦେବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ୟା ନେଇ ଗତ ଫେବୃଆରୀ ମାସରେ ଠିକା କର୍ମଚାରୀମାନେ ଏମ୍ସ ଆଗରେ ଆନ୍ଦୋଳନ କରିଥିଲେ। ଫଳରେ ଦୁଇ ତିନି ମାସ ଠିକ ଠାକ ଚାଲିଥିଲା। କିନ୍ତୁ ଏବେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ପୂର୍ବ ଭଳି ଦରମା ଦେବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ଧାରଣାରେ ବସିଛନ୍ତି ଶହ ଶହ ସିକ୍ୟୁରିଟି ଗାର୍ଡ । ଅନ୍ୟପଟେ ସନ୍ଧ୍ୟା ସୁଦ୍ଧା ଦରମା ମିଳିବ ଏବଂ ବୁଧବାର ସୁଦ୍ଧା ଅନ୍ୟ ସମସ୍ୟାର ସମାଧାନ ହେବ ବୋଲି କହିଛି ଠିକା ସଂସ୍ଥା ।

About The Author: Madhusudan Das