ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ବାଇବଳ ଗ୍ରାମର ଶିକ୍ଷକ ନିରଞ୍ଜନ ମହାପାତ୍ର (୪୫)ଙ୍କର ବୁଧବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାରଡ଼ିଛି। ବାଇବଳ ଗ୍ରାମର ବୈକୁଣ୍ଠ ମହାପାତ୍ରଙ୍କ ପୁଅ ନିରଞ୍ଜନ ଭଦ୍ରକ ବ୍ଲକ ଅଧିନ ତିଶଳପୁର ନୋଡାଲ ସ୍କୁଲର କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସ୍କୁଲ ଯାଉଥିବା ବେଳେ ଭଦ୍ରକ ରାଣିତାଲ ନିକଟରେ ତାଙ୍କୁ ଏକ ଲରି ଧକ୍କା ଦେବାରୁ ଘଟଣା ସ୍ଥଳରେ […]

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ବାଇବଳ ଗ୍ରାମର ଶିକ୍ଷକ ନିରଞ୍ଜନ ମହାପାତ୍ର (୪୫)ଙ୍କର ବୁଧବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାରଡ଼ିଛି। ବାଇବଳ ଗ୍ରାମର ବୈକୁଣ୍ଠ ମହାପାତ୍ରଙ୍କ ପୁଅ ନିରଞ୍ଜନ ଭଦ୍ରକ ବ୍ଲକ ଅଧିନ ତିଶଳପୁର ନୋଡାଲ ସ୍କୁଲର କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସ୍କୁଲ ଯାଉଥିବା ବେଳେ ଭଦ୍ରକ ରାଣିତାଲ ନିକଟରେ ତାଙ୍କୁ ଏକ ଲରି ଧକ୍କା ଦେବାରୁ ଘଟଣା ସ୍ଥଳରେ ସେ ସଜ୍ଞାହୀନ ହୋଇ ପଡ଼ିଯାଇଥିଲ । ଘଟଣା ସ୍ଥଳରୁ ଲରିର ଡ୍ରାଇଭର ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଭଦ୍ରକ ଗ୍ରମଞ୍ଚଳ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ନିରଞ୍ଜନଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

About The Author: The Sakala