ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI , ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ…

ଭଦ୍ରକ: ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ତିହିଡି ତହସିଲ ଅଧିନ ଗଦି ରାଜସ୍ବ ନିରୀକ୍ଷକ । ସୂଚନା ମୁତାବକ ଜାମଜୋଡୀ ପଞ୍ଚାୟତ ଅନ୍ତର୍ଗତ ଅମୃତପୁର ଗ୍ରାମର ବିଜୟ ମଲ୍ଲିକ ନିଜ ଜମିର କିସମ ପରିବର୍ତ୍ତନ କରିବା ପାଇଁ ରାଜସ୍ବ ନିରୀକ୍ଷକ ଭାଗବତ ଖଟୁଆଙ୍କ ପାଖକୁ ଯାଇଥିଲେ । ବାରମ୍ବାର ଯିବା ପରେ ଲାଞ୍ଚ ନ ଦେଲେ କିସମ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଖୋଲାଖୋଲି ବିଜୟଙ୍କୁ ଜଣାଇ ଦେଇଥିଲେ। ନିରାଶ ହୋଇ […]

ଭଦ୍ରକ: ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ତିହିଡି ତହସିଲ ଅଧିନ ଗଦି ରାଜସ୍ବ ନିରୀକ୍ଷକ । ସୂଚନା ମୁତାବକ ଜାମଜୋଡୀ ପଞ୍ଚାୟତ ଅନ୍ତର୍ଗତ ଅମୃତପୁର ଗ୍ରାମର ବିଜୟ ମଲ୍ଲିକ ନିଜ ଜମିର କିସମ ପରିବର୍ତ୍ତନ କରିବା ପାଇଁ ରାଜସ୍ବ ନିରୀକ୍ଷକ ଭାଗବତ ଖଟୁଆଙ୍କ ପାଖକୁ ଯାଇଥିଲେ । ବାରମ୍ବାର ଯିବା ପରେ ଲାଞ୍ଚ ନ ଦେଲେ କିସମ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଖୋଲାଖୋଲି ବିଜୟଙ୍କୁ ଜଣାଇ ଦେଇଥିଲେ। ନିରାଶ ହୋଇ ବିଜୟ ଭିଜିଲାନ୍ସ ଅଫିସ ସହ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ରାଜସ୍ବ ନିରୀକ୍ଷକ ଭାଗବତ ଖଟୁଆ ବିଜୟଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଲାବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଜିଲାନ୍ସ କର୍ମଚାରୀ ମାନେ ମାଡି ବସିଥିଲେ। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା (୧୫/୨୦୨୪)ରୁଜୁ କରାଯାଇ ତାଙ୍କ ଘର ଓ ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

About The Author: The Sakala