ଭଦ୍ରକ: ଆଜି ପୂର୍ବାନ୍ହରେ ଭଦ୍ରକ ବାରିକ ଛକରେ ଚଲାଇ ଚଲାଇ ଗୋରୁ ଚାଲାଣ କରୁଥିବା ଗୋରୁ ମାଫିଆ ଗୋଟିଏ ଗାଇକୁ ପିଟି ପିଟି ହତ୍ୟା କରିଥିବା ଘଟଣାରେ ସ୍ଥାନୀୟ ଲୋକେ ଦିର୍ଘ ସମୟଧରି ରାସ୍ତାରୋକ କରିଥିଲେ। ଖବର ପାଇ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି , ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ତପନ ମହାନ୍ତି, ଧିରେନ୍ଦ୍ର ନାୟକ ଓ ଅନ୍ଯ ମାନେ ପହଞ୍ଚିଥିଲେ। ଗୋ ହତ୍ୟାକାରୀ ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବ୍ୟକ୍ତିକୁ କଠୋର ଦଣ୍ଡ ବିଧାନ, ଗୋଚାଲାଣ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବ୍ଯବସ୍ଥା, ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦୋଳସାହି ଓ ବୁଧବାର ଗୋରୁ ହାଟକୁ ସମ୍ପୁର୍ଣ୍ଣ ବନ୍ଦ କରିବା, ଆଦି ଦାବି ସହ ଭଦ୍ରକରେ ହିନ୍ଦୁ ମୁସଲମାନ ସମସ୍ୟା ନୁହେଁ ବରଂ ଗୋରୁ ମାଫିଆ, ବେଆଇନ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ପାଇଁ ସମସ୍ତ ସମସ୍ୟା ଉପୁଜୁଛି।
ଏଣୁ ଜିଲ୍ଲାରେ ଆଇନ ବ୍ୟବସ୍ଥା ବଜାଇ ରଖିବାକୁ ହେଲେ ପ୍ରଶାସନ ଏହା ଉପରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି ମାନସ ମହାନ୍ତି ଉପସ୍ଥିତ ସାମ୍ୱାଦିକ, ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସମ୍ମୁଖରେ କହିଥିଲେ। ପ୍ରଶାସନ ପକ୍ଷରୁ ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ, ବାସୁଦେବପୁର ପୋଲିସ ଏସଡିପିଓ ସୌରଭ ହୋତା ଏହି ବିଷୟଗୁଡ଼ିକ ବୁଝି ସ୍ଥାନୀୟ ଲୋକ ପ୍ରତିନିଧି , ସରପଞ୍ଚ ବନହରି ସାହୁ ଓ ବିଶ୍ବ ହିନ୍ଦୁ ପରିଷଦ, ଧର୍ମ ରକ୍ଷା ସମିତି କାର୍ଯ୍ଯକର୍ତ୍ତା ମାନଙ୍କୁ ଜିଲ୍ଲା ପ୍ରଶାସନ ସହ ଏକ ସପ୍ତାହ ମଧ୍ଯରେ ଆଲୋଚନା କରାଇବା ଏବଂ ସେ ପର୍ଯ୍ୟନ୍ତ ଗୋରୁ ହାଟ ବନ୍ଦ ରଖିବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ଯାହୃତ ହୋଇ ଗୋମାତାଙ୍କ ସଂସ୍କାର କରାଯାଇଥିଲା।