ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ଭଦ୍ରକ: ଯାତ୍ରା ପାର୍ଟିକୁ ଆଡଭାନ୍ସ ଦେଇ ଠକିଗଲେ ଯାତ୍ରା କମିଟି । ଅଗ୍ରିମ ଟଙ୍କା ନେଇ ମଧ୍ୟ ଯାତ୍ରା କରୁନାହିଁ ଯାତ୍ରା ପାର୍ଟି ଅଶୋକ ସମ୍ରାଟ । ଏନେଇ ପୁଣି ବିବାଦରେ ଫସିଛନ୍ତି ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରୟଣ ଧଳ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆସିଛି ଏଭଳି ଅଭିଯୋଗ। ବିରୋଧ କରି ଧାରଣାରେ ବସିଛନ୍ତି ଆୟୋଜକ ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟ। ଏଭଳି ଠକେଇ ଅଭିଯୋଗରେ ଧୂଷୁରୀ ଥାନା ଅଧିନ ଫତେପୁର ଗ୍ରାମରେ ଅଟକିଛି ଯାତ୍ରା ପାର୍ଟି "ଯାତ୍ରା ଅଶୋକ ସମ୍ରାଟ"। ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଯାତ୍ରା ପାର୍ଟି ଗାଡି ଆଗରେ ଧାରଣାରେ ବସିଛନ୍ତି ।

ଅଭିଯୋଗ ଅନୁସାରେ ଚାନ୍ଦବାଲି ଥାନା ଅଧୀନ ତେନ୍ତୁଳିଡିହ ଗ୍ରାମର ବାସନ୍ତୀ ଦୁର୍ଗାପୂଜା ଅବସରରେ ଯାତ୍ରା ପରିବେଷଣ କରିବା ପାଇଁ ଯାତ୍ରା ଅଶୋକ ସମ୍ରାଟର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁ ୯ ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ । କିନ୍ତୁ ଯାତ୍ରା ପରିବେଷଣ କରିବା ପାଇଁ ଆସିନଥିଲେ କିମ୍ବା ଅଗ୍ରିମ ଆକାରରେ ନେଇଥିବା ଅନୁଷ୍ଠାନକୁ ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ। କମିଟି ସଦସ୍ୟମାନେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ। 

ରବିବାର ଦିନ କମିଟି ମେମ୍ବରମାନେ ଜାଣିବାକୁ ପାଇଥିଲେ କି ଧୂଷୁରୀ ଥାନା ଅଧୀନ ଫତେପୁରରେ ଯାତ୍ରା ଅଶୋକ ସମ୍ରାଟ ଯାତ୍ରା ପରିବେଷଣ କରିବାକୁ ଆସିଛି । ତୁରନ୍ତ ବାସନ୍ତୀ ଦୁର୍ଗା କମିଟି ତେନ୍ତୁଳି ଡିହର ସଦସ୍ୟମାନେ ଫତେପୁରରେ ପହଞ୍ଚିଥିଲେ ଏବଂ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଯାତ୍ରା ଟ୍ରକ ଅଟକ ରଖିଛନ୍ତି । ଯାତ୍ରା ପାର୍ଟିର ପରିଚାଳକ ପକ୍ଷରୁ କମିଟି ସଦସ୍ୟ ମାନଙ୍କ ଉପରେ ଏକ ପାଲଟା ଅଭିଯୋଗ ମଧ୍ୟ ହୋଇଥିବା ସୂଚନା ମିଳିଛି ।

About The Author: Madhusudan Das