ଓଡିଶା ଅଣ୍ଡର-୧୯ କ୍ରିକେଟ ଦଳ ଘୋଷଣା, ଭଦ୍ରକର ସୂର୍ଯ୍ୟ ମହାପାତ୍ର ଅଧିନାୟକ ମନୋନୀତ

ଭଦ୍ରକ: ଓଡିଶା କ୍ରିକେଟ ସଂଘ ର ୨୨ସଦସ୍ୟ ବିଶିଷ୍ଟ ୧୯ବର୍ଷରୁ କମ କ୍ରିକେଟ ଦଳ ଘୋଷଣା କରିଛି । ଏହି ଦଳର ଅଧିନାୟକ ଭାବେ ନେତୃତ୍ୱ ନେବେ ଭଦ୍ରକର ଏ ସୂର୍ଯ୍ୟ ମହାପାତ୍ର । ଲିଗ ପର୍ଯ୍ୟାୟରେ ଶତକ ଓ ସୁପର ଲିଗ ପର୍ଯ୍ୟାୟରେ ଓଡିଶା ଟିମ ପକ୍ଷରୁ ତାଙ୍କ ପ୍ରଦର୍ଶନ ତାଙ୍କୁ ଏହି ସୁଯୋଗ ଦେଇଛି । ସେପ୍ଟେମ୍ବର ୨୮ତାରିଖରେ ମୋହାଲିରେ ଅନୁଷ୍ଠିତ ହେବାକୁ ଥିବା ଭିନୁ ମଙ୍କଡ଼ ଟ୍ରଫିରେ ସେ ଓଡିଶା ଦଳର ନେତୃତ୍ୱ […]

ଭଦ୍ରକ: ଓଡିଶା କ୍ରିକେଟ ସଂଘ ର ୨୨ସଦସ୍ୟ ବିଶିଷ୍ଟ ୧୯ବର୍ଷରୁ କମ କ୍ରିକେଟ ଦଳ ଘୋଷଣା କରିଛି । ଏହି ଦଳର ଅଧିନାୟକ ଭାବେ ନେତୃତ୍ୱ ନେବେ ଭଦ୍ରକର ଏ ସୂର୍ଯ୍ୟ ମହାପାତ୍ର । ଲିଗ ପର୍ଯ୍ୟାୟରେ ଶତକ ଓ ସୁପର ଲିଗ ପର୍ଯ୍ୟାୟରେ ଓଡିଶା ଟିମ ପକ୍ଷରୁ ତାଙ୍କ ପ୍ରଦର୍ଶନ ତାଙ୍କୁ ଏହି ସୁଯୋଗ ଦେଇଛି । ସେପ୍ଟେମ୍ବର ୨୮ତାରିଖରେ ମୋହାଲିରେ ଅନୁଷ୍ଠିତ ହେବାକୁ ଥିବା ଭିନୁ ମଙ୍କଡ଼ ଟ୍ରଫିରେ ସେ ଓଡିଶା ଦଳର ନେତୃତ୍ୱ ନେବେ । ଓଡିଶା ଏହି ଟୁର୍ଣ୍ଣାମେଣ୍ଟ ରେ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଖେଳିବ । ପିଲା ଦିନରୁ କ୍ରିକେଟ ପ୍ରତି ଅହେତୁକ ଆକର୍ଷଣ ଓ ଆସକ୍ତି ଅନୁଭବ କରି ପିତା ମଦନମୋହନ ମହାପାତ୍ର ତାଙ୍କୁ ଭଦ୍ରକ ର ଖ୍ୟାତନାମା କ୍ରିକେଟ ପ୍ରଶିକ୍ଷକ କେ.ଭି.ପ୍ରସଦଙ୍କ ତତ୍ୱାବଧାନ ରେ ପରିଚାଳିତ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ରେ ୨୦୧୦ରୁ ପ୍ରଶିକ୍ଷଣ ରସୁଯୋଗ ଦେଇଥିଲେ । ସେଠାରେ ସୂର୍ଯ୍ୟଙ୍କ କ୍ରିକେଟ କ୍ୟାରିଅର ପ୍ରସ୍ଫୁଟିତ ହୋଇଥିଲା । ଭଦ୍ରକ ହନୁମାନଜୀଉ ବିଦ୍ୟାପୀଠ ରୁ ସେ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ତାଙ୍କ ନେତୃତ୍ୱରେ ଓଡିଶା ଆନ୍ତ ବିଦ୍ୟାଳୟ କ୍ରିକେଟ ଚମ୍ପିୟାନ ସିପ ରେ ହନୁମାନଜୀଉ ସ୍କୁଲ ଚାମ୍ପିୟାନ ହୋଇଥିଲା । ପରେ ଓଡିଶା ବିଦ୍ୟାଳୟ ଦଳର ଅଧିନାୟକ ଦାୟିତ୍ୱ ତାଙ୍କୁ ଅର୍ପଣ କରାଯାଇଥିଲା ।

୨୦୧୪ରେ ସୂର୍ଯ୍ୟ ମଧ୍ୟପ୍ରଦେଶ ରେ ଆୟୋଜିତ ଜାତୀୟ ବିଦ୍ୟାଳୟ କ୍ରିକେଟ ଖେଳିଥିଲେ । ୨୦୧୬, ୧୭ମସିହାରେ ଓଡିଶା କ୍ରିକେଟ ସଂଘ ତାଙ୍କୁ ଓଡ଼ିଶା ପାଇଁ ମନୋନୀତ କରିଥିଲା ।୨୦୧୭-୧୮, ୨୦୧୮-୧୯ ଦୁଇ ବର୍ଷ ସେ ଓଡିଶା ୧୬ବର୍ଷରୁ କମ ଟିମ ରେ ଅଧିନାୟକ ଥିଲେ । ଆସାମ ବିପକ୍ଷରେ ନଉଗାଓଁ ଠାରେ ଅନୁଷ୍ଠିତ ଖେଳରେ ସୂର୍ଯ୍ୟ ଚିତାକର୍ଷକ ଶତକ ହାସଲ କରି ଆକର୍ଷଣ ର କେନ୍ଦ୍ରବିନ୍ଦୁ ବନିଥିଲେ । ନିଜର ପ୍ରଦର୍ଶନ ହେତୁ ସେ ସେହିବର୍ଷ ପୂର୍ବାଞ୍ଚଳ କ୍ରିକେଟ ଦଳରେ ସ୍ଥାନ ପାଇଥିଲେ । ୨୦୧୯-୨୦କ୍ରିକେଟ ସେସନ୍ ରେ ଆୟୋଜିତ ସର୍ବଭାରତୀୟ ୧୯ବର୍ଷରୁ କମ ପ୍ରତିଯୋଗିତାର ପ୍ରଥମ ଖେଳରେ ସୂର୍ଯ୍ୟ ଉତ୍ତରାଖଣ୍ଡ ବିପକ୍ଷରେ ଶତକ ଅର୍ଜନ କରିବା ସହ ସେହି ବର୍ଷ ଶେଷ ଖେଳରେ ଓଡିଶା କ୍ରିକେଟ ସଂଘ ତାଙ୍କୁ ଅଧିନାୟକ ଦାୟିତ୍ୱ ନ୍ୟସ୍ତ କରି ତାଙ୍କର ନେତୃତ୍ୱ ପରୀକ୍ଷଣ କରିଥିଲା । ଏବେ ୨୦୨୧-୨୨ମସିହା ପାଇଁ ସୂର୍ଯ୍ୟଙ୍କୁ ପୁର୍ନକାଳୀନ ଅଧିନାୟକ ଭାବେ ଓଡିଶା କ୍ରିକେଟ ସଙ୍ଘ ତାଙ୍କୁ ମନୋନୀତ କରିଛି ।

ତାଙ୍କ ମନୋନୟନ ଭଦ୍ରକ ଜିଲ୍ଲା ର କ୍ରିକେଟ ପ୍ରେମୀ ମହଲରେ ଖୁସି ଖେଳାଇ ଦେଇଛି । ପ୍ରଶିକ୍ଷକ କେ.ଭି.ପ୍ରସାଦ, ଆସିଷ୍ଟାଣ୍ଡ କୋଚ ରାଜେଶ ନାୟକ, ସୂର୍ଯ୍ୟ ଅଧ୍ୟୟନ କରୁଥୁବା ଗରସଙ୍ଗ ସ୍ଥିତ ଜମ୍ବେଶ୍ୱର କଲେଜ ଅଧ୍ୟାପକ, ଅଧ୍ୟାପିକା, ଭଦ୍ରକ ଜିଲ୍ଲା କ୍ରିକେଟ ସଂଘର ସାଧାରଣ ସମ୍ପାଦକ ଧୀରେନ ପଲାଇ ଙ୍କ ସମେତ ସମସ୍ତ ସଦସ୍ୟ ଓ ତାଙ୍କ ପରିବାର ଏଥିନେଇ ଖୁସି ପ୍ରକଟ କରିବା ସହ ସୂର୍ଯ୍ୟଙ୍କ ସଫଳତା କାମନା କରିଛନ୍ତି ।

About The Author: The Sakala