୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଚାନ୍ଦବାଲି: ୧.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ । ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଏତେ ମାତ୍ରାରେ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଦିଲ୍ଲୀପ କୁମାର ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚାନ୍ଦବାଲି ଅବକାରୀ ଥାନା […]

ଚାନ୍ଦବାଲି: ୧.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ । ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଏତେ ମାତ୍ରାରେ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଦିଲ୍ଲୀପ କୁମାର ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚାନ୍ଦବାଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଭିଳାଷ ପାଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ବଜାରରେ ଚଢ଼ାଉ କରି ୧.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି l ଏହା ସହିତ ଏଥିରେ ସମ୍ପୃକ୍ତ ଥିବା ପାଟଣାସାହି ଗ୍ରାମର ମହେନ୍ଦ୍ର ବାରିକଙ୍କୁ ଗିରଫ କରିଛି ଟିମ ।

ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ ଦୀପକ ରାଉତ କନେଷ୍ଟବଳ ଅନବାଦିତ୍ୟ ବାରିକ, ଉମେଶ କୁମାର ମହଲା, ରାମଚନ୍ଦ୍ର ନାୟକ, ସଞ୍ଜୟ ପାତ୍ର, ସତ୍ୟରଞ୍ଜନ ସେଠୀ, ଖଗେଶ୍ୱର ଜେନା, ରାଜଲକ୍ଷ୍ମୀ ଦତ୍ତ ପ୍ରଭୃତି ସାମିଲ ଥିଲେ । ଏନେଇ ଚାନ୍ଦବାଲି ଅବକାରୀ ଥାନା ପକ୍ଷରୁ କେସ ନଂ: ୭୧/୨୩-୨୪ ମୂଳେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡ଼ିଛି।

About The Author: The Sakala