ପୁନଃ ନିଯୁକ୍ତି ଦାବି କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ କମ୍ପ୍ୟୁଟର ଶିକ୍ଷକଙ୍କ ଗଣଧାରଣା ଓ ପ୍ରତିବାଦ ସଭା

ଭଦ୍ରକ:ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃ ସ୍ଥାୟୀ ନିଯୁକ୍ତି ଦାବି କରି କମ୍ପ୍ୟୁଟର ଶିକ୍ଷକଙ୍କ ପ୍ରତିବାଦ। ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିଵାଦ କରୁଛନ୍ତି। ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ବୃଦ୍ଧି ନେଇ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା କରାଗଲା। ୨୦୧୪ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ କମ୍ପ୍ୟୁଟର ସହ ଵହୁ ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ […]

ଭଦ୍ରକ:ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃ ସ୍ଥାୟୀ ନିଯୁକ୍ତି ଦାବି କରି କମ୍ପ୍ୟୁଟର ଶିକ୍ଷକଙ୍କ ପ୍ରତିବାଦ। ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିଵାଦ କରୁଛନ୍ତି। ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ବୃଦ୍ଧି ନେଇ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା କରାଗଲା। ୨୦୧୪ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ କମ୍ପ୍ୟୁଟର ସହ ଵହୁ ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଇଥିଲା ପ୍ରତ୍ୟେକ ଵିଦ୍ୟାଳୟକୁ। ପିଲାମାନେ ମଧ୍ୟ କମ୍ପ୍ୟୁଟର ଜ୍ଞାନ ଆହରଣ କଲେ। ହେଲେ ହଠାତ ୨୦୧୯ ମାର୍ଚ୍ଚ ମାସରେ କମ୍ୟୁଟର ଶିକ୍ଷାକୁ ରାଜ୍ୟ ସରକାର ବନ୍ଦ କରେଦେଲେ। ଯାହା ଫଳରେ ଗତ ୨ବର୍ଷ ଧରି ଏହି ଭଦ୍ରକର ୧୭୪ ଜଣ ଓ ସମଗ୍ର ରାଜ୍ୟରେ ୪ହଜାର କମ୍ପ୍ୟୁଟର ଚାକିରୀରୁ ଛଟେଇ ହୋଇ ଆର୍ଥିକ ଘୋର ଅନାଟନ ଦେଇ ଗତି କରୁଛନ୍ତି। ଏପରିକି ଵିଦ୍ୟାଳୟ ମାନଙ୍କରେ କୋଟି କୋଟି ଟଙ୍କାରେ କମ୍ପ୍ୟୁଟର ସବୁ ଖତ ଖାଉଛି। ଏଣୁ ଆଜି ଏହି ଶିକ୍ଷକ ମାନେ ପୁନଃ ସ୍ଥାୟୀ ନିଯୁକ୍ତି ଦାବି କରି ପ୍ରତିବାଦ ମୂଳକ ଧାରଣା ଦେଇଛନ୍ତି।

About The Author: The Sakala