ହରଭଙ୍ଗା: ଭିଜିଲାନ୍ସ ଜାଲରେ BEO ଅଫିସ ବରିଷ୍ଠ କିରାଣୀ । ହରଭଙ୍ଗା BEO ଅଫିସ ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ରବିନାରାୟଣ ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କୁ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଅନୁସୟା ରବିନାରାୟଣଙ୍କୁ ଆଜି ୨୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ରବିନାରାୟଣଙ୍କ ବୁଟୁପାଲିସ୍ଥିତ ବାସଭବନରେ ବି ଚଢାଉ କରିଥିଲା। ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।