ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସ୍ବର୍ଗତ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା। ବିଜୟ ରଞ୍ଜନଙ୍କ ମୃତ୍ଯୁ ପରେ ଉପନିର୍ବାଚନ ହେଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷା ସିଂହ ବରିହାଙ୍କ ନାଁ ଉପରେ ମୋହର ମାରିଛନ୍ତି।
ବିଜେଡିରୁ ପ୍ରାର୍ଥୀ ହେବା ପରେ ବର୍ଷା ସିଂହ ବରିହା କହିଛନ୍ତି ଯେ, ମୋ ଉପରେ ଆସ୍ଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ୧୬ରେ ନାମାଙ୍କନ କରିବା ନେଇ ବର୍ଷା ସୂଚନା ଦେଇଛନ୍ତି। ମହିଳାଙ୍କ ସଶକ୍ତୀକରଣକୁ ଗୁରୁତ୍ବ ଦେଇଛନ୍ତି। ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିବି। ବାପାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମୋର ପୁଞ୍ଜି ହେବ ବୋଲି ବର୍ଷା ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଛି ଏହି ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।