ଛତିଶଗଡ଼ ଲରିଆ ସମ୍ପ୍ରଦାୟର ଲୋକଙ୍କ ପାଇଁ ପେଟପାଟଣାର ମାଧ୍ୟମ ସାଜିଛି ବରଗଡ଼ର ଜୀରାନଦୀ

ବରଗଡ଼(ବଦ୍ରି ନାରାୟଣ ସାହୁ): ବରଗଡ଼ର ଜୀବନରେଖା ଭାବେ ପରିଚିତ ଜୀରାନଦୀ। ଜୀରାନଦୀ ଅନେକ ଲୋକଙ୍କର ଜୀବନ ଜୀବିକା ସହିତ ଯୋଡି ହୋଇଯାଇଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟର ଲରିଆ ସମ୍ପ୍ରଦାୟର ଲୋକଙ୍କ ପାଇଁ ପେଟପାଟଣାର ମାଧ୍ୟମ ସାଜିଛି ଦଶନ୍ଧି ଦଶନ୍ଧି ଧରି। ଜୀରାନଦୀର ବାଲି ପଠାରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ଏହି ଲରିଆ । ଲରିଆ ସମ୍ପ୍ରଦାୟର ଲୋକମାନେ ଭୂମିହୀନ ଥିବା ବେଳେ ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ବ […]

ବରଗଡ଼(ବଦ୍ରି ନାରାୟଣ ସାହୁ): ବରଗଡ଼ର ଜୀବନରେଖା ଭାବେ ପରିଚିତ ଜୀରାନଦୀ। ଜୀରାନଦୀ ଅନେକ ଲୋକଙ୍କର ଜୀବନ ଜୀବିକା ସହିତ ଯୋଡି ହୋଇଯାଇଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟର ଲରିଆ ସମ୍ପ୍ରଦାୟର ଲୋକଙ୍କ ପାଇଁ ପେଟପାଟଣାର ମାଧ୍ୟମ ସାଜିଛି ଦଶନ୍ଧି ଦଶନ୍ଧି ଧରି। ଜୀରାନଦୀର ବାଲି ପଠାରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ଏହି ଲରିଆ ।

ଲରିଆ ସମ୍ପ୍ରଦାୟର ଲୋକମାନେ ଭୂମିହୀନ ଥିବା ବେଳେ ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଏଠାକୁ ପ୍ରତିବର୍ଷ ଆସିଥାନ୍ତି। ଅନ୍ୟପକ୍ଷରେ ଏହି ନଦୀପଠାରେ ସେମାନେ କୁଡିଆ ଘର କରି ରହୁଥିବା ବେଳେ ପରିବାରର ମହିଳା ଏବଂ ପୁରୁଷ ସମସ୍ତେ ମିଶ ଚାଷ କାର୍ଯ୍ୟରେ ଲାଗିଥାନ୍ତି। ଏହି ଲରିଆ ସମ୍ପ୍ରଦାୟର ଲୋକମାନେ ଖୁବ୍‌‌ ପରିଶ୍ରମୀ ଥିବା ବେଳେ ଦିନସାରା ଖରାରେ କାମ କରୁଥିବା ବେଳେ ଛୋଟ ଛୋଟ ପିଲାମାନେ ବାଲିପଠାରେ ଖେଳକୁଦରେ ମାତିଥାନ୍ତି।

କୃଷି ଉତ୍ପାଦନ ପାଇଁ ଜଳସେଚନ ବ୍ୟବସ୍ଥା ନିହାତି ଆବଶ୍ୟକ । କିନ୍ତୁ ବହୁ କ୍ଷେତ୍ରରେ ଚାଷୀ ନିଜ ସ୍ୱଚେଷ୍ଟାରେ ବିନା ଜଳସେଚନ ବ୍ୟବସ୍ଥାରେ କିପରି ପନିପରିବା ଚାଷ କରି ଲାଭ ଅର୍ଜନ କରାଯାଇପାରେ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ଛତିଶଗଡ଼ର ଅଧିବାସୀ। ବରଗଡ଼ର ଜୀବନରେଖା ଭାବେ ପରିଚିତ ଜୀରାନଦୀ। ଏହି ନଦୀ ଅନେକ ଲୋକଙ୍କର ଜୀବନ ଜୀବିକା ସହିତ ଯୋଡି ହୋଇଯାଇଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟର ଲରିଆ ସମ୍ପ୍ରଦାୟର ଲୋକଙ୍କ ପାଇଁ ପେଟପାଟଣାର ମାଧ୍ୟମ ସାଜିଛି ଦଶନ୍ଧି ଦଶନ୍ଧି ଧରି। ଜୀରା ନଦୀର ବାଲି ପଠାରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ଏହି ଲରିଆ ସମ୍ପ୍ରଦାୟର ଲୋକେ।

ବରଗଡ଼ ସହରରୁ ପାଞ୍ଚ କିଲୋମିଟର ଦୂରରେ ରହିଛି ସୟାଁ ଗାଁ। ଗାଁର ନିକଟରେ ବୋହିଯାଇଛି ଜୀରା ନଦୀ। ଏହି ନଦୀପଠାକୁ ଦୂରରୁ ଦେଖିଲେ ଲାଗେ ସତେ ଯେମିତି ଲମ୍ବି ଯାଇଛି ଏକ ସବୁଜ ଗାଲିଚା। ଅପରପକ୍ଷେ ଏହି ନଦୀ ପଠାକୁ ପାଖରେ ଦେଖିଲେ ଜଣାପଡେ ତାହା ହେଉଛି ବିଭିନ୍ନ ପ୍ରକାର ପନିପରିବା ଚାଷରେ ପରିପୂର୍ଣ୍ଣ। ତାକୁ ଚାଷ କରିଥାନ୍ତି ପଡୋଶୀ ଛତିଶଗଡ଼ ରାଜ୍ୟର ଲରିଆ ସମ୍ପ୍ରଦାୟ ଲୋକମାନେ। ଏମାନେ ଦଶହରା ମାସ ପରେ ଏଠାକୁ ଆସ ବର୍ଷା ସମୟରେ ନଈର ପ୍ରଖର ଜଳତ୍ସୋତରେ ଅସମତଳ ନଦୀପଠାକୁ ସମତଳ କରିଥାନ୍ତି। ଏହି ଲରିଆ ସମ୍ପ୍ରଦାୟର ଲୋକମାନଙ୍କ ଏହା ନିଜର ଚାଷ ଜମି ହୋଇ ନ ଥିବା ସତ୍ତ୍ବେ ସେମାନେ ଖୁବ ଯତ୍ନର ସହକାରେ ସେହି ବାଲି ପଠାକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର ଉପଯୋଗୀ କରିଥାନ୍ତି। ତାପରେ ପ୍ରାୟ ଛଅ ମାସ ଧରି ଚାଷ କରିଥାନ୍ତି କାକୁଡି, କଲରା, ଜହ୍ନି, କଖାରୁ, ଲାଉ, ତରଭୁଜ, ଟମାଟର, ଭେଣ୍ଡି ତଥା ଅନ୍ୟାନ୍ୟ ପନିପରିବା। ଏହି ଉତ୍ପାଦିତ ଫସଲକୁ ନେଇ ପରିବାର ଉଭୟ ପୁରଷ ମହିଳା ବରଗଡ଼ ସ୍ଥିତ ମୁଖ୍ୟ ବଜାରକୁ ବିକ୍ରି କରିବାକୁ ଆଣିଥାନ୍ତି।

ତେବେ ଏମାନଙ୍କ ଉତ୍ପାଦିତ ଏହି ପନିପରିବା ଏକ ଭିନ୍ନ ପରିଚୟ ରହିଥିବା ବେଳେ ବଜାରରେ ଏହାର ଚାହିଦା ମଧ୍ୟ ବେଶ ଅଧିକ ରହିଛି। ଛତିଶଗଡ଼ର ସାରଙ୍ଗଗଡ଼ ଜିଲ୍ଳା ଚିଚୋଲି, ରାୟପୁର ନିକଟସ୍ଥ ନୟାପରା ଆଦି ଅଞ୍ଚଳରୁ ଆସିଥିବା ଏହି ଲରିଆ ସମ୍ପ୍ରଦାୟ ଲୋକମାନେ ଜୀରା ନଦୀପଠାରେ ରହିବା ସହ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି। ସେହିପରି ବଜାରରେ ଏମାନଙ୍କ ଉତ୍ପାଦିତ ପନିପରିବା ବିକ୍ରି ଭଲ ହେଉଥିବା ସହ ପରିଶ୍ରମର ସଠିକ ମୂଲ୍ୟ ପାଇପାରୁଛନ୍ତି। ତେବେ ଧିରେ ଧିରେ ଜୀରା ନଦୀର ଜଳସ୍ରୋତ କମିବା ସହ ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟା ନ ଥିବା ଯୋଗୁଁ ଏମାନେ ଠିକ ଭାବେ ଚାଷ କାର୍ଯ୍ୟ କରି ପାରୁ ନ ଥିବା କହିଛନ୍ତି। ଛତିଶଗଡ଼ରୁ ଆସୁଥିବା ଏହି ଲରିଆ ସମ୍ପ୍ରଦାୟ ଲୋକଙ୍କ ପ୍ରଚେଷ୍ଟାରୁ ପ୍ରମାଣିତ ହେଉଛି ଯେ ନିଜର ଇଚ୍ଛା ଶକ୍ତି ଓ ପ୍ରାକୃତିକ ସମ୍ପଦକୁ ସଠିକ୍‌‌ ବିନିଯୋଗ କଲେ ସବୁଜ ପୃଥିବୀ ସୃଷ୍ଟ ହେବା ସହ ନିଜ ପାଇଁ ରୋଜଗାର ପନ୍ଥା ମଧ୍ୟ ବାହାର କରାଯାଇପାରିବ।

About The Author: The Sakala