ବରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚୁଡ଼ାନ୍ତ ମତଦାନ ୭୯.୩୭%

ବରଗଡ଼: ଆଜି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାର ଭଟଲି, ଅମ୍ବାଭନା, ପାଇକମାଲ ଓ ଝାରବନ୍ଧ ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହସ୍ତଗତ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାରେ ୭୯.୩୭% ମତଦାନ ହୋଇଛି । ଭଟଲି ବ୍ଳକରେ ୭୯.୫୫% , ଅମ୍ବାଭନା ବ୍ଳକରେ ୮୧.୬୨%, ପାଇକମାଲ ବ୍ଳକରେ ୭୭.୪୧% ଓ ଝାରବନ୍ଧ ବ୍ଳକରେ ୮୦.୧୪% ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟରେ ୨ ଲକ୍ଷ ୭୨ ହଜାର ୧୩୨ […]

ବରଗଡ଼: ଆଜି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାର ଭଟଲି, ଅମ୍ବାଭନା, ପାଇକମାଲ ଓ ଝାରବନ୍ଧ ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହସ୍ତଗତ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲାରେ ୭୯.୩୭% ମତଦାନ ହୋଇଛି । ଭଟଲି ବ୍ଳକରେ ୭୯.୫୫% , ଅମ୍ବାଭନା ବ୍ଳକରେ ୮୧.୬୨%, ପାଇକମାଲ ବ୍ଳକରେ ୭୭.୪୧% ଓ ଝାରବନ୍ଧ ବ୍ଳକରେ ୮୦.୧୪% ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟରେ ୨ ଲକ୍ଷ ୭୨ ହଜାର ୧୩୨ ଜଣ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୧୫ ହଜାର ୯୮୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ତନ୍ମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୦ ଜଣ ପୁରୁଷ ଓ ୧ ଲକ୍ଷ ୫ ହଜାର ୯୧୨ ଜଣ ମହିଳା ମତାଧିକାର ସାବ୍ୟସ୍ତ କରିଥିବା ସମୟରେ କୌଣସି ତୃତୀୟ ଲିଙ୍ଗି ଭୋଟର ଭୋଟ ଦେଇ ନଥିବା ଜଣାପଡ଼ିଛି।

ଭଟଲି ବ୍ଳକରେ ୩୬୪୪୮ ପୁରୁଷ ଓ ୩୪୫୫୫ ଜଣ ମହିଳା ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରୁ ୨୮୯୭୩ ପୁରୁଷ ଭୋଟର ଓ ୨୭୫୦୯ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ଭଟଲି ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୬୯୦ ଜଣ ପୁରୁଷ ଓ ୯ ଜଣ ମହିଳା କର୍ମଚାରୀ ୨୧୯ ଜଣ ପୁଲିସ କର୍ମଚାରୀ ଓ ୧୭୧ଟି ଗାଡ଼ି ନିୟୋଜିତ ହୋଇଥିଲା ।

ସେହିପରି ଅମ୍ବାଭନା ବ୍ଳକରେ ୨୬୨୫୬ପୁରୁଷ ଓ ୨୪୯୨୯ ଜଣ ମହିଳା ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରୁ ୨୧୬୧୧ ପୁରୁଷ ଭୋଟର ଓ ୨୦୧୬୬ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ଅମ୍ବାଭନା ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୫୬୭ ଜଣ ପୁରୁଷ ଓ ୬ ଜଣ ମହିଳା କର୍ମଚାରୀ ୧୯୧ ଜଣ ପୁଲିସ କର୍ମଚାରୀ ଓ ୧୧୩ ଟି ଗାଡ଼ି ନିୟୋଜିତ ହୋଇଥିଲା ।

ପାଇକମାଲ ବ୍ଳକରେ ୪୪୬୯୧ ପୁରୁଷ ଓ ୪୪୪୫୯ ଜଣ ମହିଳା ଭୋଟରଙ୍କ ମଧ୍ୟରୁ ୩୪୯୦୧ ପୁରୁଷ ଭୋଟର ଓ ୩୪୧୦୭ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ପାଇକମାଲ ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୯୦୦ ଜଣ ପୁରୁଷ ଓ ୬ ଜଣ ମହିଳା କର୍ମଚାରୀ ୧୮୫ ଜଣ ପୁଲିସ କର୍ମଚାରୀ ଓ ୧୦୩ ଟି ଗାଡ଼ି ନିୟୋଜିତ ହୋଇଥିଲା ।

ଝାରବନ୍ଧ ବ୍ଳକରେ ୩୦୫୭୧ ପୁରୁଷ ଓ ୩୦୨୧୧ ଜଣ ମହିଳା ଭୋଟର ଓ ୮ ଜଣ ତୃତୀୟ ଲିଙ୍ଗି ଭୋଟରଙ୍କ ମଧ୍ୟରୁ ୨୪୫୮୫ ପୁରୁଷ ଭୋଟର ଓ ୨୪୧୩୦ ଜଣ ମହିଳା ଭୋଟର ଭୋଟ ଦେଇଥିଲେ । ଝାରବନ୍ଧ ବ୍ଳକରେ ନିର୍ବାଚନ ପରିଚାଳନା ପାଇଁ ୫୪୯ ଜଣ ପୁରୁଷ ଓ ୬ ଜଣ ମହିଳା କର୍ମଚାରୀ ୧୮୫ ଜଣ ପୁଲିସ କର୍ମଚାରୀ ଓ ୧୦୩ଟି ଗାଡ଼ି ନିୟୋଜିତ ହୋଇଥିଲା ।

About The Author: The Sakala